ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପାଇଁ କଲବଲ ହେଉଛି ଆମେରିକା । ଏବେ ଆମେରିକାର ସ୍ଥିତି ସମ୍ପୂର୍ଣ୍ଣ ବେହାଲ । ଇତିମଧ୍ୟରେ ଆମେରିକାକୁ ସହାୟତାର ହାତ ବଢାଇଛି ଭାରତ । ଯାହାର ପ୍ରଭାବ ଏବେ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ ୧୫.୫ କୋଟି ଡାଲରର ହାରପୁନ ବ୍ଲାକ ଏୟାର ଲଞ୍ଚଡ ମିଶାଇଲ ଏବଂ ହାଲୁକା ଓଜନର ଟରପିଡୋ ଭାରତକୁ ବିକ୍ରି କରିବାର ପ୍ରତିବଦ୍ଧତା ସଂସଦକୁ ଅବଗତ କରାଯାଇଛି ।
ଡିଫେନ୍ସ ସିକ୍ୟୁରିଟି କୋ-ଅପରେଶନ ଏଜେନ୍ସି ପକ୍ଷରୁ ସଂସଦକୁ ଦୁଇଟି ଅଧିସୂଚନାରେ କୁହାଯାଇଛି କି, ୧୦ ଏଜିଏମ-୮୪ଏଲ ହାରପୁନ ବ୍ଲାକ୍ ମିସାଇଲର ଦାମ୍ ୯.୨ କୋଟି ଡଲାର ହୋଇଥିବା ବେଳେ ହାଲୁକା ଓଜନର ୧୬ ଏମକେ ୫୪ ଅଲ ରାଉଣ୍ଡ ଟାରପିଡୋ ଏବଂ ୩ଟି ଏମକେ ୫୪ ଏକ୍ସରସାଇଜ୍ ଟାରପିଡୋ ର ଦାମ୍ ପାଖାପାଖି ୬.୩ କୋଡି ଡାଲାର ।
ଭାରତ ସରକାର ଦ୍ୱାରା ଏହାର ଆବଶ୍ୟକତା ବା ଦାବି କରିବା ପରେ ଏହି ସମ୍ବନ୍ଧରେ ଆମେରିକା ବିଦେଶ ମନ୍ତ୍ରାଳୟ ନିଷ୍ପତି ନେଇଛି ।
ହାରପୁନ୍ ବ୍ଲାକ୍ ସମ୍ବନ୍ଧରେ ପେଣ୍ଟାଗନ ପକ୍ଷରୁ କୁହାଯାଇଛି କି, ଭାରତ ଏହାର ବ୍ୟବହାର ଆଞ୍ଚଳିକ ବିପତ୍ତିରୁ ରକ୍ଷା ପାଇବା ଏବଂ ନିଜ ମାଟିର ସୁରକ୍ଷା ପାଇଁ କରିବ । ଏହି ଉପକରଣକୁ ଭାରତକୁ ତାର ଶସସ୍ତ୍ର ବଳରେ ସାମିଲ କରାଇବାରେ କୌଣସି କଠିନ ହେବ ନାହିଁ ।