ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ହୁ ହୁ ହୋଇ ବଢି ଚାଲିଛି ମହାମାରୀ କରୋନା । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ଦେଶର ଲକ୍ ଡାଉନ୍ ଅବଧିକୁ ବୃଦ୍ଧି କରାଇ ମେ ୩ କରିଛନ୍ତି । ଇତିମଧ୍ୟରେ ରେଲବାଇ ପକ୍ଷରୁ ସମସ୍ତ ଯାତ୍ରୀ ସେବାକୁ ମେ ୩ ପର୍ଯ୍ୟନ୍ତ ବାତିଲ କରାଯାଇଛି ।
ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି କି, ଭାରତୀୟ ରେଳବାଇର ସମସ୍ତ ଯାତ୍ରୀବାହୀ ଟେନ୍ ସେବା ଯେପରିକି ପ୍ରିମିୟମ ଟ୍ରେନ୍, ମେଲ,/ଏକ୍ସପ୍ରେସ ଟ୍ରେନ, ପାସେଞ୍ଜର ଟ୍ରେନ, ସବଅର୍ବାନ ଟ୍ରେନ୍, କୋଲକାତା ମେଟ୍ରୋ ରେଲ, କୋଙ୍କଣ ରେଲୱେ ଆଦି ମେ’ ମାସ ୩ ତାରିଖ ଯାଏଁ ବନ୍ଦ ରହିବ ।
All passenger train services on Indian Railways including Premium trains, Mail/Express trains, Passenger trains, Suburban Trains, Kolkata Metro Rail, Konkan Railway etc shall continue to remain cancel till the 2400hrs of 3rd May 2020. #IndiaFightsCorona
— Ministry of Railways (@RailMinIndia) April 14, 2020
ମାତ୍ର ବାତିଲ କରାଯାଇଥିବା ଟ୍ରେନ ଗୁଡିକର ଅଗ୍ରୀମ ଟିକେଟ କରିଥିବା ଯାତ୍ରୀଙ୍କୁ ସେମାନଙ୍କର ଟଙ୍କା ଫେରସ୍ତ କରାଯିବ । ଯେଉଁ ପର୍ଯ୍ୟନ୍ତ ଆଗାମୀ ବିଜ୍ଞପ୍ତି ନ ପାଇଛି ସେପର୍ଯ୍ୟନ୍ତ କୌଣସି ରିର୍ଜଭେସନ କରାଯିବ ନାହିଁ । ମାତ୍ର ମାଲ ବରିବହନ ଗାଡି ପାଇଁ କୌଣସି କଟକଣା ନାହିଁ । ସେଗୁଡିକ ପୂର୍ବଭଳି ଚାଲୁ ରହିବ ।