ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଉ ଜିଲ୍ଲାପାଳ କିମ୍ବା ମହାନଗର କମିଶନର ଆଦି କୌଣସି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରି ପାରିବେ ନାହିଁ । ଏଥିପାଇଁ ସେମାନେ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ କିମ୍ବା ତାଙ୍କ ଅନୁମୋଦିତ ଅଧିକାରୀଙ୍କ ଅନୁମତିରେ କଣ୍ଟେମେଣ୍ଟ ଜୋନ ଘୋଷଣା କରାଯିବ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବିଧିବଦ୍ଧ ଗାଇଡଲାଇନ୍ ଜାରି କରିଛନ୍ତି। ଗାଇଡ ଲାଇନ ଅନୁସାରେ ସ୍ୱାସ୍ଥ୍ୟ ବିଭାଗର ବିନା ଅନୁମତିରେ କୌଣସି ଅଞ୍ଚଳକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ କିମ୍ବା ମହାନଗର ନିଗମ କମିଶନର କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିପାରିବେ ନାହିଁ । ଜିଲ୍ଲାପାଳ, ମ୍ୟୁନିସପାଲଟି କମିଶନର, ପୌର ଅଧିକାରୀଙ୍କ ସମେତ ପୁଲିସ ଡିଜିି ଓ ପୁଲିସ କମିଶନରଙ୍କୁ ଚିଠି ଲେଖି କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କୌଣସି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିବା ପୂର୍ବରୁ ବିଶେଷଜ୍ଞଙ୍କ ମତାମତ ନେବାକୁ ପଡିବ । ଗାଇଡ ଲାଇନରେ ଆହୁରି ମଧ୍ୟ କୁହାଯାଇଛି କଣ୍ଟେନମେଣ୍ଟଘୋଷଣା ପୂର୍ବରୁ ୁକ୍ତ ଅଞ୍ଚଳକୁ ସବୁ ଦିଗରୁ ବ୍ୟାରିକେଟ ଦ୍ୱାରା ସିଲ କରାଯିବ । ସେହିଭଳି ସେଠାରେ ରହୁଥିବା ସମସ୍ତ ପରିବାରଙ୍କ ବିଷୟରେ ତଥ୍ୟ ରଖାଯିବା ସହିତ ଅସୁସ୍ଥ ବ୍ୟକ୍ତ , ଗର୍ଭବତୀ ମହିଳା, ବୃଦ୍ଧ ଆଦିଙ୍କ ବିଷୟରେ ଅଧିକ ଧ୍ୟାନ ରଖାଯିବ । କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେବାପରେ ସେହି ଅଞ୍ଚଳରେ ଅଙ୍ଗନବାଡ଼ି କର୍ମୀ, ଏଏନଏମ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଶିକ୍ଷକମାନେ ଘରକୁ ଘର ବୁଲି ଲୋକମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବେ। ସେମାନଙ୍କର କାର୍ୟ୍ୟକୁ ମେଡିକାଲ ଅଫିସରମାନେ ତଦାରଖ କରିବେ।