ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଦେଶବ୍ୟାପୀ ଲକ୍ ଡାଉନକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଲକ୍ ଡାଉନ୍ ବୃଦ୍ଧି ହେବା ପରେ ବିସିଆଇ ପକ୍ଷରୁ ଆଇପିଏଲ ଟିମ୍ କୁ ମ୍ୟାଚ୍ ଅନିଶ୍ଚିତକାଳ ପାଇଁ ସ୍ଥଗିତ ହେବାର ସୂଚନା ଦିଆଯାଇଛି । ମାତ୍ର ଏହାକୁ ନେଇ ଅଫିସିଆଲ ସୂତ୍ରରୁ କୌଣସି ଘୋଷଣା ହୋଇନାହିଁ । କିନ୍ତୁ ଅନୁମାନ କରାଯାଉଛି କି ଆଇପିଏଲ ମ୍ୟାଚ୍ ରଦ୍ଦ ନୁହେଁ ସ୍ଥଗିତ କରାଯାଉଛି ବୋଲି ବିସିସିଆଇ ପକ୍ଷରୁ ସମସ୍ତ ୮ଟି ଫ୍ରାଞ୍ଚାଇଜ୍ କୁ ସୂଚିତ କରି ଦିଆଯାଇଛି । ।
ଏକ ଫ୍ରାଞ୍ଚାଇଜ୍ ଅଧିକାରୀ କହିଛନ୍ତି କି, ଆମକୁ ବିସିସିଆଇ ପକ୍ଷରୁ ସୂଚିତ କରାଯାଇଛି କି ବର୍ତ୍ତମାନ ପାଇଁ ଆଇପିଏଲ ସ୍ଥଗିତ କରାଯାଉଛି, କିନ୍ତୁ ଆଶା ରହିଛି ବର୍ଷ ଶେଷରେ ହୁଏତ ହୋଇପାରେ ।
ଲକ୍ ଡାଉନ୍ ଅବଧି ଘୁଞ୍ଚିବା ପରେ ଆଇପିଏଲ ହେବାର ପ୍ରଶ୍ନ ଉଠୁନି । ମାର୍ଚ୍ଚ ରୁ ମେ ମାସ ମଧ୍ୟରେ ଆଇପିଏଲ ମ୍ୟାଚ୍ ହେବାର ଥିଲା ।
ଏହାପୂର୍ବରୁ ବିସିସିଆଇ ଅଧ୍ୟକ୍ଷ ରବିବାର ଏକ ବୟାନରେ କହିଥିଲେ କି, ଆମେ ସ୍ଥିତି ଉପରେ ଦୃଷ୍ଟି ରଖିଛୁ । ବର୍ତ୍ତମାନ କିଛି ବି କହିବା ସମ୍ଭବ ନୁହେଁ । ସବୁକିଛି ବନ୍ଦ ରହିଛି, ଲୋକେ ଘରେ ବନ୍ଦ ହୋଇ ଅଛନ୍ତି, ସମସ୍ତ ଅଫିସ୍ ତଥା ଯାତାୟତ ବି ବନ୍ଦ ରହିଛି । ଏଭଳି ପରିସ୍ଥିତିରେ ଖେଳାଳୀମାନଙ୍କୁ କେଉଁଠୁ ଆଣିବୁ ଏବଂ ସେମାନଙ୍କର ଯାତ୍ରା କିଭଳି କରିବୁ । ସାଧାରଣ ଜ୍ଞାନ ରହିବା ଦରକାର ବର୍ତ୍ତମାନର ସ୍ଥିତି କୌଣସି ଖେଳ ପାଇଁ ନୁହେଁ । ସେଥିପାଇଁ ଆଇପିଏଲ ବି ଭୁଲି ଯାଅ ।