ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଛୋଟ ଚା’ ଦୋକାନ ହେଉ କିମ୍ବା ବିବାହ ଉତ୍ସବ ସବୁଠି ଦେଖିବାକୁ ମିଳିଥାଏ ଲୋକମାନେ ଥର୍ମୋକୁଲ ଗ୍ଲାସ ବ୍ୟବହାର କରୁଛନ୍ତି । ଖାସ୍ କରିକି ଚା’ ପ୍ରେମିମାନେ ମଧ୍ୟ ପ୍ରତିଦିନ ଏହି ଥର୍ମୋକୁଲ ଗ୍ଲାସରେ ଚା’ ପିଇଥାନ୍ତି । ସେମାନଙ୍କର କୌଣସି ପ୍ରକାର ଆପିତ୍ତି ନଥାଏ । କିନ୍ତୁ ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ଲାଗିବ ଯେ ନିୟମିତ ଥର୍ମୋକୁଲ ଗ୍ଲାସରେ ଚା’ ପିଇବା ସ୍ୱାସ୍ଥ୍ୟ ପ୍ରତି ଖୁବ୍ କ୍ଷତିକାରକ ହୋଇଥାଏ ।
ପ୍ରକୃତରେ, ପ୍ଲାଷ୍ଟିକରୁ ତିଆରି ହୋଇଥାଏ ଏହି ଥର୍ମୋକୁଲ ଗ୍ଲାସ । ଯେତେବେଳେ ଆପଣ ଚା’ ସେଥିରେ ଢାଳିଥାନ୍ତି ସେତେବେଳେ ସେହି ଗ୍ଲାସରୁ କିଛି ତତ୍ୱ ବାହାରିକି ଚା’ରେ ମିଶି ଯାଇଥାଏ । ଏବଂ ଚା’ ପିଇଲା ବେଳେ ତାହା ପେଟ ଭିତରକୁ ଚାଲିଯାଏ। ଏହାଦ୍ୱାରା ଆପଣଙ୍କ ଶରୀରରେ କର୍କଟ ରୋଗ ହେବାର ଆଶଙ୍କା ଅଧିକ ଥାଏ । ଏହାବ୍ୟତୀତ ଥକାପଣ,ହରମୋନର ପରିବର୍ତ୍ତନ ଏବଂ ଅନେକ ସମସ୍ୟା ଦେଖାଦେଇଥାଏ । ସେଥିପାଇଁ ଏହି ଗ୍ଲାସରେ ବିଲକୁଲ ଚା’ ପିଅନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ଏହାଦ୍ୱାରା ଅନ୍ୟ କେଉଁ ପ୍ରକାର ସମସ୍ୟା ଦେଖାଦେଇପାରେ ।
ସଂକ୍ରମଣ: ପ୍ଲାଷ୍ଟିକ ବା ଥର୍ମୋକୁଲ କପରେ ଚା’ କିମ୍ବା କଫି ପିଇଲେ ଶରୀରରେ ସଂକ୍ରମଶ ହେବାର ଆଶଙ୍କା ଥାଏ । ମୁଖ୍ୟତଃ ଗଳା କୁଣ୍ଢେଇ ହେବା କିମ୍ବା ଦରଜ ହେବା ଜଣାପଡିଥାଏ ।
ପେଟ ଖରାପ: ଏହାଦ୍ୱାରା ପେଟ ସମସ୍ୟା ଦେଖାଦେଇଥାଏ । ଏହି ଗ୍ଲାସରେ ଚା’ କିମ୍ବା ଗରମ ପାଣି ପିଇଲେ ଜୀବାଣୁ ଏବଂ କୀଟାଣୁ ପେଟ ଭିତରକୁ ଯାଇଥାଏ ।
ପାଚନକ୍ରିୟାରେ ସମସ୍ୟା: ଏହି ଗ୍ଲାସରେ ଚା’ପିଇବା ଦ୍ୱାରା ଏଥିରେ ଥିବା ଏସିଡ୍ ପେଟ ଭିତରକୁ ଯାଇ ଜମାଟ ବାନ୍ଧିଥାଏ । ଯାହାଦ୍ୱାରା ପାଚନକ୍ରିୟାରେ ସମସ୍ୟା ଦେଖାଦିଏ ।
ଗର୍ଭବତୀ ମହିଳାଙ୍କ ପାଇଁ ହାନିକାରକ: ଏହି ପ୍ଲାଷ୍ଟିକ କିମ୍ବା ଥର୍ମୋକୁଲ କପରେ ଥିବା ମେଟ୍ରୋସେମିନ,ବିଷ୍ଫିନୋଲ ଏବଂ ବର୍ଡ ଇଥାଇଲ ଡେକ୍ସିନ ନାମକ ରାସାୟନିକ ଦ୍ରବ୍ୟ ଶରୀର ଭିତରକୁ ଯାଇଥାଏ । ଯାହା ଶରୀର ପାଇଁ ଖୁବ୍ କ୍ଷତି ପହଞ୍ଚାଇଥାଏ । ଏହା ଗର୍ଭବତୀ ମହିଳା ଏବଂ ଶିଶୁ ପାଇଁ ହାନିକାରକ ।