ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ବିଶ୍ୱ ଏବେ କରାନା ମହାମାରୀରେ ଫସି ରହିଥିବା ବେଳେ ଆମେରିକାରେ କିନ୍ତୁ ଦିନକୁ ଦିନ କରୋନା ସ୍ତଇତି ବିଗିଡିବାରେ ଲାଗିଛି । ଦିନ ଯେତେ ବଢୁଛି ଆମେରିକାରେ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ସେତେ ବଢିବାରେ ଲାଗିଛି । ତେବେ ସୁବଠାରୁ ଦୁଃଖଦ ଘଟଣା ହେଲା ଆମେରିକାରେ ଗତ ୨୪ ଘଣ୍ଟାରେ ୨୬ ଶହରୁ ଅଧିକ ଲୋକଙ୍କ ମୁଣ୍ଡ ନେଇଛି କରୋନା । ଯାହା ଏକ ପ୍ରକାର ଗୋଟିଏ ଦିନର ସର୍ବାଧିକ ମୃତ୍ୟୁ ବୋଲି କୁହାଯାଉଛି । କରୋନା ବ୍ୟାପିବାର ଆରମ୍ଭରୁ ଗୋଟିଏ ଦିନରେ କେବେ ହେଲେ ଏତେ ସଂଖ୍ୟକ ଲୋକଙ୍କର ଗୋଟିଏ ଦିନରେ ମୃତ୍ୟୁ ହୋଇ ନଥିଲା ।
ସୂଚନାଯୋଗ୍ୟ ଆମେରିକାରେ ଏବେ କରୋନା ମୃତ୍ୟୁ ସଂଖ୍ୟା ୨୮,୫୨୯ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୬,୪୪,୦୮୯ ଛୁଇଁଛି। ଏମାନଙ୍କ ମଧ୍ୟରୁ ୪୮,୭୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ସାରା ବିଶ୍ୱ କଥା ଯଦି ଦେଖିବା ଏଥିରେ ୧ ଲକ୍ଷ ୩୪ ହଜାର ୬୦୩ ଜଣଙ୍କ ମୃତ୍ୟୁ ହୋଇଛି । ୨୦ ଲକ୍ଷ ୮୩ ହଜାର ୩୩ ଜଣ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୧୦ ହଜାର ୧୭୧ ।