ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କରୋନା ଭାଇରସ ଦିନକୁ ଦିନ ବେକାବୁ ହେବାରେ ଲାଗିଛି । ସାରା ବିଶ୍ୱରେ ଯେଉଁଭଳି ଭାବରେ କରୋନା ତାର କାୟା ବଢାଇ ଚାଲିଛି ତାହା ଅବିଶ୍ୱଶନୀୟ । ଆଖି ପିଛୁଳାକେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢୁଛି । ସବୁଠାରୁ ବଡ କଥା ହେଲା ବିଶ୍ୱର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର କୁହାଯାଉଥିବା ଆମେରିକା ମଧ୍ୟ ଏଥିରେ ବେହାଲ ହୋଇ ପଡିଛି । ଗତକାଲି ଗୋଟିଏ ଦିନରେ ଆମେରିକାରେ ୨୬ ହଜାରରୁ ଅଧି କ ଲୋକଙ୍କର ମୃତ୍ୟୁ ହୋଇଛି । ଯାହା ସାରା ବିଶ୍ୱରେ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ବୋଲି ରେକର୍ଡ କରାଯାଇଛି ।
ସେହିଭଳି ଯଦି ଆମେ ଭାରତ କଥା କହିବା ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୩୮୦ ରେ ପହଞ୍ଚିଛି । ସେହିଭଳି ମୃତ୍ୟୁ ସଂଖ୍ୟା ୪୧୪ ରେ ପହଞ୍ଚିଛି । ମନ୍ତ୍ରଣାଳୟର ସୂଚନା ଅନୁସାରେ ମହାରାଷ୍ଟ୍ରରରେ ସର୍ବାଧିକ ୧୭୮ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଦେଶର ୧୭୦ ଜିଲ୍ଲାକୁ କରୋନା ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି । କରୋନା ଚିହ୍ନଟ ପାଇଁ କେନ୍ଦ୍ର ସରକାର ଦେଶର ସମସ୍ତ ଜିଲ୍ଲାକୁ ୩ ଟି ବର୍ଗରେ ବିଭକ୍ତ କରିଛନ୍ତି । ସେଗୁଡିକ ହେଲା କ୍ଲଷ୍ଟର ଜିଲ୍ଲା, କ୍ଲଷ୍ଟର ହଟସ୍ପଟ ଜିଲ୍ଲା ଓ ଅଣ ହଟସ୍ପଟ ଜିଲ୍ଲା ।