ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ପାଇଁ ଏବେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଜାରି ରହିଛି । ଏହି ଅବସରରେ ସବୁ କିଛି ବନ୍ଦ ରହିଛି । ଇତିମଧ୍ୟରେ ତଳକୋର୍ଟ କାର୍ଯ୍ୟ ଅବଧିରେ କିଛି ପରିବର୍ତ୍ତନ କରାଯାଇଛି । ସେହିଅନୁଯାୟୀ ଆସନ୍ତୁ ଏପ୍ରିଲ ୨୦ ତାରିଖରୁ ପ୍ରତ୍ୟେକ ଦିନ ଏକ ଘଣ୍ଟା ଲେଖାଏଁ ତଳକୋର୍ଟ ଖୋଲିବ । ଏନେଇ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ନିର୍ଦ୍ଦେଶନାମା ଅନୁଯାୟୀ ସକାଳ ସିଟିଂ କାର୍ଯ୍ୟ ସକାଳ ୯ଟାରୁ ୧୦ ଟା ଯାଏଁ ହେବ । ସେହିପରି ଜେନେରାଲ ସିଟିଂ କାର୍ଯ୍ୟ ପାଇଁ ଦିନ ୧୧ଟାରୁ ୧୨ ଟା ଯାଏଁ କୋର୍ଟ ଖୋଲା ରହିବ । ଯେଉଁ ପର୍ଯ୍ୟନ୍ତ ଆଗାମୀ ନିର୍ଦ୍ଦେଶ ନଆସିଛି ସେପର୍ଯ୍ୟନ୍ତ ଏହି ପ୍ରକ୍ରିୟାରେ କୋର୍ଟରେ କାର୍ଯ୍ୟ ହେବ ।