ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ସମୟରେ ଛାତ୍ର ଛାତ୍ରୀଙ୍କ ପାଠ ପଢା ଯେପରି ପ୍ରଭାବିତ ନହୁଏ ସେଥିପାଇଁ ପିଲାଙ୍କ ଘରେ ଘରେ ବୁଲି ବହି ବାଣ୍ଟିଛନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ । ପୁରୀ ଜିଲ୍ଲାରେ ଥିବା ସରକାରୀ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଆଜି ପିଲାଙ୍କ ଘରମାନଙ୍କରେ ବୁଲି ବହି ବାଣ୍ଟିଛନ୍ତି ।
ସୂଚନାଯୋଗ୍ୟ, ଲକ୍ ଡାଉନ୍ ରେ ପିଲାଙ୍କ ପାଠ ପଢା ପ୍ରଭାବିତ ହେଉଥିବା ଦୃଷ୍ଟିରେ ରଖି ନିକଟରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଥିଲେ କି, ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ର-ଛାତ୍ରୀଙ୍କ ବହି ସ୍କୁଲ ଏବଂ ବ୍ଲକ ମାନଙ୍କରେ ପହଁଚି ସାରିଛି । ଲକ୍ ଡାଉନ୍ ଅବସରରେ ବହି ନେବା ପାଇଁ ପିଲାମାନଙ୍କୁ ସ୍କୁଲକୁ ଆସିବାକୁ ପଡିବ ନାହିଁ । ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପିଲାଙ୍କ ଘରେ ଘରେ ବୁଲି ବହି ଯୋଗାଇବେ । ଏହି ବହି ବଣ୍ଟନ ପ୍ରକ୍ରିୟା ଏପ୍ରିଲ ୨୫ ମଧ୍ୟରେ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ ।