ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦେବତାମାନଙ୍କର ଗୁରୁ ହେଉଛନ୍ତି ବୃହସ୍ପତି । ଯେଉଁ ପୁରୁଷ ଏବଂ ମହିଳାଙ୍କ ଜୀବନରେ ବିବାହ ସମ୍ବନ୍ଧୀୟ ସମସ୍ୟା ଉପୁଜିଥାଏ । ସେମାନଙ୍କୁ ବୃହସ୍ପତିଙ୍କ ପୂଜାର୍ଚ୍ଚନା କରିବା ଉଚିତ୍ । ବୃହସ୍ପତିଙ୍କୁ ପୂଜା କରିବା ଦ୍ୱାରା ବିବାହ ମାର୍ଗରେ ଆସୁଥିବା ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ । ଗୁରୁ ଦେବତାଙ୍କ ପୂଜା ପାଇଁ ଗୁରୁବାରର ବିଶେଷ ମହତ୍ୱ ରହିଛି । ସେହିପରି ବୃହସ୍ପତି ଦେବଙ୍କ ପୂଜା କରିବା ଦ୍ୱାରା ଜାତକରେ ଧନ , ବେପାର ଏବଂ ରୋଜଗାର ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
ତେବେ ଆସନ୍ତୁ ଜାଣିବା ବୃହସ୍ପତି ଦେବଙ୍କ ପୂଜା ବିଧି ଏବଂ ଉପାୟ ବିଷୟରେ..
– ଗୁରୁବାର ଦିନ କଦଳୀ ଗଛ ମୂଳେ ଜଳ ଅର୍ପଣ କରିବା ସହ ସୁଦ୍ଧ ଘିଅର ଦୀପ ଜଳାଇ ଗୁରୁଙ୍କର ୧୦୮ ନାମ ଉଚ୍ଚାରଣ କରିବା ଦ୍ୱାରା ଜୀବନରେ ଜୀବନସାଥୀର ଯୋଗ ବହୁତ ଶୀଘ୍ର ହୋଇଥାଏ ।
– ଚାକିରୀରେ ଉନ୍ନତି ଏବଂ ରୋଜଗାର ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ଗୁରୁବାର ଦିନ କୌଣସି ମନ୍ଦିରରେ ହଳଦିଆ ରଙ୍ଗର ଖାଦ୍ୟ ପଦାର୍ଥ, ବସ୍ତ୍ର ଆଦି ଦାନ କରନ୍ତୁ ।
– ବିବାହ ପାଇଁ ବୃହସ୍ପତିଙ୍କ ବ୍ରତ କରନ୍ତୁ ଏବଂ ଏହି ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରି ଭୋଜନରେ ହଳଦିଆ ରଙ୍ଗର ଖାଦ୍ୟ ସେବନ କରନ୍ତୁ ।
– ଘରେ ଦାରିଦ୍ର୍ୟତା ଦୂର କରିବାକୁ ହେଲେ ଗୁରୁବାର ଦିନ ମହିଳାମାନେ ଭୁଲରେ ନଖ କାଟନ୍ତୁ ନାହିଁ କି କେଶ ସଫା କରନ୍ତୁ ନାହିଁ ।
– ଯଦି ବ୍ୟବସାୟ କ୍ଷେତ୍ରରେ ବାଧା ଉପୁଜୁଛି ତେବେ ଗୁରୁବାର ଦିନ ପୂଜାଘରେ ହଳଦୀ ମାଳ ଟାଙ୍ଗନ୍ତୁ । ଏହାସହିତ କାର୍ଯ୍ୟସ୍ଥଳରେ ହଳଦିଆ ରଙ୍ଗର ବସ୍ତୁ ବ୍ୟବହାର କରନ୍ତୁ । ଭଗବାନ ଲକ୍ଷ୍ମୀନାରାୟଣଙ୍କ ମନ୍ଦିରରେ ଲଡୁ ଭୋଗ ଚଢାନ୍ତୁ ।