ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶରୀର ପାଇଁ ଖୁବ୍ ଉପଯୋଗୀ ଧନିଆ ପତ୍ର । ସେଥିପାଇଁ ଖାଦ୍ୟରେ ଧନିଆ ପତ୍ର ନିହାତି ଭାବେ ବ୍ୟବହାର କରିବା ଉଚିତ୍ । ଏହା ଖାଦ୍ୟର ସ୍ୱାଦ ବଢାଇବା ସହ ଶରୀର ପାଇଁ ଉପଯୋଗୀ ହୋଇଥାଏ । ଧନିଆ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି । ସେଥିପାଇଁ ଏହାଦ୍ୱାରା ଅନେକ ରୋଗ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଧନିଆ ପତ୍ରର ଫାଇଦା ସମ୍ପର୍କରେ…
– ମହିଳାଙ୍କ ଋତୁଶ୍ରାବ ସମୟରେ ହେଉଥିବା ସମସ୍ୟାକୁ ଦୂର କରିବା ପାଇଁ ଧନିଆ ବ୍ୟବହାର କରାଯାଇଥାଏ । ସେଥିପାଇଁ ୬ ଗ୍ରାମ ଧନିଆ ମଞ୍ଜିକୁ ଏକ ଲିଟର ପାଣିରେ ମିଶାଇ ଫୁଟାଇ ଦିଅନ୍ତୁ ଏବଂ ସେଥିରେ ସାମାନ୍ୟ ଚିନି ମିଶାଇ ଦିଅନ୍ତୁ । ସେହି ପାଣିକୁ ପିଇବା ଦ୍ୱାରା ଲାଭ ହୋଇଥାଏ ।
– ଯଦି ଆପଣଙ୍କ ମୁହଁରେ ବ୍ରଣ ହେଉଛି ମୁହଁରେ ଦାଗ ରହି ଯାଉଛି । ତେବେ ଧନିଆ ପତ୍ରକୁ ପେଷ୍ଟ କରି ସେଥିରେ ସାମାନ୍ୟ ହଳଦୀ ମିଶାଇ ସେହି ସ୍ଥାନରେ ଲଗାନ୍ତୁ । ଏହାପରେ କିଛି ସମୟ ପରେ ମୁହଁକୁ ଧୋଇ ଦିଅନ୍ତୁ । ଦିନକୁ ଦୁଇ ଥର ଏଭଳି କରିବା ଦ୍ୱାରା ସମସ୍ତ ଦାଗ ଓ ବ୍ରଣ ଉଭେଇ ଯିବ ।
– ଯଦି ଆପଣଙ୍କ ଜଳା ପୋଡା ହେଉଛି, ତେବେ ସେଥିପାଇଁ କିଛି ଗୋଟା ଧନିଆରେ ସମାନ ପରିମାଣର ପାନମଧୁରୀ ଏବଂ ମିଶିରି ମିଶାଇ ଏକ ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ । ଏହି ଚୂର୍ଣ୍ଣକୁ ଭୋଜନ ପରେ ସେବନ କରନ୍ତୁ । ଏହାଦ୍ୱାରା ଆଖି ଜଳା ପୋଡା ଦୂର ହେବ । ଏହାବ୍ୟତିତ ଏହି ଚୂର୍ଣ୍ଣ ସେବନ ଦ୍ୱାରା ପାଦ ଜଳାପୋଡା ଏବଂ ମୂତ୍ରାଶୟ ଜଳାପୋଡା ଦୂର ହୋଇଥାଏ ।
– ପେଟ ସମସ୍ୟା ଦୂର କରିଥାଏ ଧନିଆ । ସେଥିପାଇଁ ଗୋଟେ କପ ପାଣିରେ ଗୋଟା ଧନିଆ, ଜିରା, ଚାପତି, ଚିନି ମିଶାଇ ଏକ ଚା ପ୍ରସ୍ତୁତ କରନ୍ତୁ ।ସେହି ଚାକୁ ପିଇବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୋଇଥାଏ । ପାଚନ ପକ୍ରିୟା ସଠିକ୍ ଭାବେ ହୋଇଥାଏ ।
– ଖରାଦିନେ ଲୁ ହେବାର ସମ୍ଭାବନା ଅଧିକ ଥାଏ । ଲୁ ଦ୍ୱାରା ନାକରୁ ରକ୍ତ ବୋହିଥାଏ । ସେଥିପାଇଁ ଧନିଆ ପତ୍ରରେ କର୍ପୁର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେଥିରୁ ରସ ବାହାର କରି ୨ ବୁନ୍ଦା ନାକରେ ପକାଇବା ଦ୍ୱାରା ନାକରୁ ରକ୍ତ ବୋହିବା ବନ୍ଦ ହୋଇଥାଏ ।