ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ମେ’ ମାସ ୩ ତାରିଖ ଯାଏଁ ଲକ୍ ଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ସେହି ଅନୁଯାୟୀ ୩ ମେ ଯାଏଁ ସମସ୍ତ ବିମାନ ବାତିଲ କରାଯାଇଛି । ଇତିମଧ୍ୟରେ ନଗର ବିମାନ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଟଙ୍କା ରିଫଣ୍ଡକୁ ନେଇ ଏକ ଆଡଭାଇଜରି ଜାରି କରାଯାଇଛି । ଏହି ଆଡଭାଇଜରି ଅନୁଯାୟୀ ଯଦି କୌଣସି ଯାତ୍ରୀ ଲକ୍ ଡାଉନ୍ ଅବଧି ସମୟରେ କୌଣସି ଘରୋଇ ବା ଅନ୍ତରାଷ୍ଟ୍ରୀୟ ଉଡାଣ ପାଇଁ ଟିକେଟ ବୁକ୍ କରିଛନ୍ତି ତେବେ ତାଙ୍କ ଟଙ୍କା ସମ୍ପୂର୍ଣ୍ଣ ରିଫଣ୍ଡ କରାଯିବ ।
ଆଡଭାଇଜରି ମୁତାବକ, ଯଦି କୌଣସି ଯାତ୍ରୀ ଲକ୍ ଡାଉନ୍ ର ପ୍ରଥମ ପର୍ଯ୍ୟାୟରେ ମାନେ ମାର୍ଚ୍ଚ ୨୫ ରୁ ଏପ୍ରିଲ ୧୪ ମଧ୍ୟରେ ଟିକେଟ ବୁକ୍ କରିଛନ୍ତିି । ତେବେ ଏୟାରଲାଇନ୍ସକୁ ସେମାନଙ୍କ ଟିକେଟ କ୍ୟାନ୍ସଲ ର ସମ୍ପୂର୍ଣ୍ଣ ଟଙ୍କା ଦେବାକୁ ପଡିବ । କ୍ୟାନ୍ସଲେସନ ରେକ୍ୟୁଷ୍ଟର ତିନି ସପ୍ତାହ ମଧ୍ୟରେ ଟଙ୍କା ରିଫଣ୍ଡ କରାଯିବ ।
If a passenger has booked a ticket during the first phase of lockdown period (25th March-14th April), the airline shall refund the full amount; refund to be made within a period of 3 weeks from date of request of cancellation: Ministry of Civil Aviation pic.twitter.com/SCOF43MmJN
— ANI (@ANI) April 16, 2020