ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଗୋଟେ ପରେ ଗୋଟେ କଡା ପଦକ୍ଷେପ ଗ୍ରହଣ କରୁଛନ୍ତି ।ଏଣିକି ରାଜ୍ୟବ୍ୟାପି ସର୍ବସାଧାରଣରେ ଛେପ ପକାଇବା ଏକ ପ୍ରକାରର ଦଣ୍ଡନୀୟ ଅପରାଧ ଭାବେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରୀପାଠି କହିଛନ୍ତି ।
ସେହିପରି ଯଦି ଏବେ କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତି ତାଙ୍କୁ ଜରିମାନା ଗଣିବାକୁ ପଡିବ । ଏଥିରେ ପ୍ରଥମ ଥର ପାଇଁ ୨୦୦ ଟଙ୍କା ଜରିମାନା ରହିଥିବା ବେଳେ ଦ୍ୱିତୀୟ ଥର ୫୦୦ ଟଙ୍କା ଜରିମାନା ରହିଛି । ଏହି ନିଷିଦ୍ଧାଦେଶକୁ କଡାକାଡି କରାଯିବା ସହ ଜରିମାନା ଆଦାୟ ପାଇଁ ଅତିରିକ୍ତ ଦହସିଲଦାର, ବ୍ଲକ ଏକ୍ସଟେନସନ ଅଫିସର, ପୋଲିସ ଏସଏସଆଇ ଏବଂ ମ୍ୟୁନିସିପାଲଟି ୱାର୍ଡ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି ।