ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀ ରାଜ୍ୟରେ ୭୭୫୦୦ ବାହାର ରାଜ୍ୟର ଶ୍ରମିକ ମାନଙ୍କୁ ୨୫୮୩ଟି ସିବିରରେ ରଖାଯାଇ ସେମାନଙ୍କୁ ଖାଦ୍ୟ ଦିଆଯିବା ସହ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି । ସେହିପରି ଗତକାଲି ଠାରୁ ଆଜି ମଧ୍ୟରେ ଅର୍ଥାତ ବିଗତ ୨୪ ଘଣ୍ଟା ମଧ୍ୟରେ ୧୨୨ ଟି ମାମଲା ରୁଜୁ କରାଯାଇଛି । ବିଭିନ୍ନ ଅଭିଯୋଗରେ ୨୫୨ ଜଣଙ୍କୁ ଗିରଫ କରାଯାଇଛି । ସାରା ବିଶ୍ୱରେ ୨୧୬୭୯୫୫ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୪୬୦୫୫ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ସେହିପରି ଭାରତରେ ୧୩୩୮୭ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ଥିବା ବେଳେ ୪୩୭ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ।
ଓଡିଶାରେ ୭୫୭୭ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । ତେବେ ସେଥି ମଧ୍ୟରୁ ୬୦ଟି ପଜେଟିଭ କେସ ମିଲିଛି । ସେମାନଙ୍କ ମଧ୍ୟରୁ ୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ତେବେ ଲକ୍ ଡାଉନ୍ ନିୟମକୁ କଡାକଡି କରାଯାଇ ସର୍ବସାଧାରଣରେ ଛେପ ପକାଇବା ଦଣ୍ଡନୀୟ ଅପରାଧ ବୋଲି ସୁବ୍ରତ ବାଗଚୀ କହିଛନ୍ତି । ସର୍ବସାଧାରଣରେ ଛେପ ପକାଇଲେ ଫାଇନ ଆଦାୟ କରାଯିବ ବୋଲି ସେ କହିଛନ୍ତି । ଏହା ସହ ଲୋକ ମାନଙ୍କୁ ପାନ, ଘୁଟୁଖା ନ ଖାଇବା ପାଇଁ ପରାର୍ମଶ ଦେଇଛନ୍ତି ସୁବ୍ରତ ବଗଚୀ ।