ଭୁବନେଶ୍ୱର(ଏଟିଆର ବ୍ୟୁରୋ) ଲକ୍ ଡାଉନ୍ ଅବସରରେ ପିଲାଙ୍କ ପାଠ ପଢା ପ୍ରଭାବିତ ନହେବା ପାଇଁ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ଏଣିକି ଦଶମ ଶ୍ରେଣୀ ପିଲାଙ୍କ ପାଠ ଦୁରଦର୍ଶନ ଓଡିଆରେ ପ୍ରସାରିତ ହେବ । ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ଇଡିୟୁଏସଏଟି କ୍ଲାସର ରେକର୍ଡ ଭିଡିଓ ଡିଡି ଓଡିଆରେ ଆରମ୍ଭ ହେବ । ଏନେଇ ସମସ୍ତ ଡିଇଓ ଏବଂ ବିଇଓଙ୍କୁ ଓସେପନା ଯୁଗ୍ମ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି ।
୧୦ ଛାତ୍ର ଛାତ୍ରୀଙ୍କ ପାଇଁ ଦିନକୁ ଦୁଇ ଥର ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ । ଏହା ସୋମବାରରୁ ଶୁକ୍ରବାର ଯାଏଁ ପିଲାଙ୍କ ପାଇଁ ପ୍ରସାରିତ ହେବ । ସେହି ଅନୁଯାୟୀ ଦିନ ୧୧ଟାରୁ ୧୨ ଟା ଏବଂ ଅପରାହ୍ନ ୩ ଟା ୩୦ ରୁ ୪ ଟା ୩୦ ପର୍ଯ୍ୟନ୍ତ ପ୍ରସାରିତ ହେବ । ଏହି ଭିଡିଓ କାର୍ଯ୍ୟକ୍ରମରେ ଗଣିତ, ଏସସିପି, ଏସସିଏଲ, ଇଂରାଜୀ ଏବଂ ଭୂଗୋଳ ବିଷୟରେ ପ୍ରସାରିତ କରାଯିବ । ସମସ୍ତ ଛାତ୍ର –ଛାତ୍ରୀ ମାନଙ୍କୁ ଡିଡି ଓଡିଆରେ ଭିଡିଓ ଦେଖିବା ପାଇଁ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଅବଗତ କରାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।
ଏହାବ୍ୟତିତ ଅନ୍ୟ ଶ୍ରେଣୀର ଛାତ୍ର ଛାତ୍ରମାନେ ଅନଲାଇନ୍ ଆପ୍ ତଥା ଦୀକ୍ଷା ଆପ୍ ମାଧ୍ୟମରେ ପାଠ ପଢିବେ ।