ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ ନିଷ୍ପତି ନିଆଯାଇଛି । କରୋନା ଲାକ୍ ଡାଉନ୍ ପାଇଁ ରାଜ୍ୟ ବାହାରେ ଅନେକ ପ୍ରବାସୀ ଓଡିଆ ଫସି ରହିଛନ୍ତି । ସେମାନଙ୍କ ପାଇଁ ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏହାସହିତ ରାଜ୍ୟର ପ୍ରତ୍ୟେକ ଗ୍ରାମପଞ୍ଚାୟତର ସରପଞ୍ଚକୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଛି । ଆଜି ମୁଖ୍ୟମମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ଜରିଆରରେ ବାର୍ତ୍ତ ଦେଇଛନ୍ତି ।
ସେ କହିଛନ୍ତି କି, ଲକ୍ ଡାଉନ୍ ହଟିବା ପରେ ଯେଉଁ ଲୋକମାନେ ରାଜ୍ୟ ବାହାରୁ ଆସୁଛନ୍ତି ତାଙ୍କୁ ଉଚିତ୍ ସେବା ଯୋଗାଇ ଦିଆଯିବ । ପଞ୍ଚାୟତ ସ୍ତରରେ ଷ୍ଟ୍ରିମିଂ କରାଯିବ । ସେଥିପାଇଁ ପ୍ରତ୍ୟେକ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଛି । ପ୍ରତି ପଞ୍ଚାୟରେ ପଞ୍ଜିକରଣ ବ୍ୟବସ୍ଥା କରାଯିବ । ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତି ପଞ୍ଜିକରଣ କରିବା ବାଧ୍ୟତାମୂଳକ । ଏହାସହିତ ସେମାନଙ୍କ ବନ୍ଧୁ ଏବଂ ପରିବାର ଲୋକ ବି ପଞ୍ଜିକରଣ କରିପାରିବେ । ଏହାପରେ ୧୪ ଦିନ ପାଇଁ ପଞ୍ଚୟତ ସ୍ତରରେ ସଙ୍ଗରୋଧରେ ରହିବେ । ସେମାନଙ୍କ ସମସ୍ତ ବ୍ୟବସ୍ଥା କରାଯିବ । ଯେପରିକି ଖାଇବା , ରହିବା ଏବଂ ଚିକିତ୍ସା ଆଦି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ । ୧୪ ଦିନର ସଙ୍ଗରୋଧରେ ରହିବା ପରେ ସେମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ମିଳିବ ।
ଓଡିଶା ବାହାରେ ତଥା ଅନ୍ୟ ରାଜ୍ୟ ମାନଙ୍କରେ ଲକ୍ଷ ଲକ୍ଷ ଓଡିଆ ଫସି ରହିଛନ୍ତି । ସେମାନଙ୍କ ଅବସ୍ଥା ବହୁତ ଦୁଃଖ ଦେଇଛି । ସମସ୍ତ ଉଦ୍ୟମ ପରେ ଏପର୍ଯ୍ୟନ୍ତ ସେମାନଙ୍କ ଜୀବନ ସ୍ୱଭାବିକ ହୋଇନାହିଁ । କଟକଣା ହଟିବା ପରେ କେନ୍ଦ୍ର ଏବଂ ଅନ୍ୟ ରାଜ୍ୟ ସହିତ ଆଲୋଚନା କରାଯିବ । ଆମ ଲୋକ କିଭଳି ସୁରୁଖୁରୁରେ ଫେରିବେ ସେନେଇ ବ୍ୟବସ୍ଥା ହେବ । ସେଥିପାଇଁ ଆମେ ଟେକ୍ନୋଲୋଜିର ସୁବିଧା ନେବୁ ।