ପୁରୀ ( ଏଟିଆର ବ୍ୟୁରୋ): କରୋନା ମହାମାରୀ ଏବେ ଲାଗି ରହିଥିବାରୁ ପୁରୀରେ ଘୋଷଯାତ୍ରା ହେବ କି ନାଁ ତାକୁ ନେଇ ଏବେ ସମସ୍ତେ ସନ୍ଦେହରେ । ଭକ୍ତଙ୍କ ଠାରୁ ଆରମ୍ଭ କରି ସେବୟତଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ରଥ ଯାତ୍ରାକୁ ନେଇ ଆଶଙ୍କାରେ ଅଛନ୍ତି । ଏପଟେ ଆସନ୍ତା ଅପ୍ରେଲ ୨୬ ତାରିଖରେ ପଡୁଛି ପବିତ୍ର ଅକ୍ଷୟ ତୃତୀୟା । ବିଦ୍ଧି ବିଧାନ ଅନୁସାରେ ଏହିଦିନ ଠାରୁ ମହାପ୍ରଭୁଙ୍କ ରଥ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରାଯାଇଥାଏ । ତେବେ ଚଳିତ ବର୍ଷ ମଧ୍ୟ ସମାନ ଦିନ ରଥ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।
ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସାରିଲାଣି । ରଥ ନିର୍ମାଣ ସମୟରେ ସାମଜିକ ଦୂରତା ବଜାୟ ରଖିବା ପାଇଁ ରଥ ନିର୍ମାଣ ଚାଳିକୁ ଅଧିକ ୬୦ ଫୁଟ ବୃଦ୍ଧି କରାଯାଇଛି । ଏଥିନେଇ ରଥ କାଠ ମଧ୍ୟ ପୁରୀରେ ପହଞ୍ଚି ସାରିଛି । ସେପଟେ ଚାପଖେଳ ପାଇଁ ମଧ୍ୟ ପସ୍ତୁତି ଚାଲିଛି । ସମସ୍ତ ରୀତିନୀତି ଅନୁସାରେ ଚାପଖେଳ ଅନୁଷ୍ଠିତ ହେବ । ମାତ୍ର ଏହି ସମୟରେ ଚାପ ଖେଳ ଦେଖିବା ପାଇଁ କୌଣସି ଭକ୍ତଙ୍କୁ ଅନୁମତି ଦିଆଯିବ ନାହିଁ । ଚାପଖେଳ ସମୟରେ ସାମାଜିକ ଦୂରତା ପ୍ରତି ଦିଆଯିବ ଗୁରୁତ୍ୱ ।