କଥାଟି ମିଛନୁହେଁ….ଯିଏ କହିଛି ପୃଥିବୀର ସ୍ୱର୍ଗ ହେଉଛି ସ୍ୱିଜରଲ୍ୟାଣ୍ଡ । ସ୍ୱିଜରଲ୍ୟାଣ୍ଡର ସୁନ୍ଦର ପାହାଡ଼, ସବୁଜିମାଭରା ଗଛପତ୍ର, ନଦୀନାଳ ଝରଣା ସାରା ବିଶ୍ୱରେ ପ୍ରସିଦ୍ଧ । କିନ୍ତୁ ଆପଣ ଜାଣିଛନ୍ତି କି ଦିଲ୍ଲୀରୁ ମାତ୍ର ୫୦୮ କିଲୋମିଟର ଦୂରରେ ଅବସ୍ଥିତ ଖଜିୟାର ବିଶ୍ୱର ୧୬୦ ମିନି ସ୍ୱିଜରଲ୍ୟାଣ୍ଡ ମଧ୍ୟରୁ ଏକ ।
ସ୍ୱିଜ ରାଜଦୂତମାନେ ଏଠାକାର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ୭ ଜୁଲାଇ ୧୯୯୨ରେ ଖଜିୟାରକୁ ହିମାଚଳ ପ୍ରଦେଶର ମିନି ସ୍ୱିଜରଲ୍ୟାଣ୍ଡ ଭାବେ ଉପାଧି ଦେଇଥିଲେ । ଖଜିୟାରର ମନମୁଗ୍ଧକର ସୌନ୍ଦର୍ଯ୍ୟ ୟୁରୋପ ଦେଶ ସ୍ୱିଜରଲ୍ୟାଣ୍ଡ ଠାରୁ କୌଣସି ଦିଗରେ କମ ନୁହେଁ ।
ହଜାର ବର୍ଷ ପୁରୁଣା ଏହି ଛୋଟ ହିଲଷ୍ଟେସନଟି ବିଶେଷକରି ଖଜ୍ଜି ନାଗ ମନ୍ଦିର ପାଇଁ ବିଖ୍ୟାତ । ଏଠାରେ ନାଗଦେବୀଙ୍କ ପୂଜା କରାଯାଏ । ବିଶେଷକରି ଏଠାକାର ମୌସୁମି ଜଳବାୟୁକୁ ଅନୁଭବ କରିବା ପାଇଁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ।
ଖଜିୟାରରେ ସ୍ଥାନେ ସ୍ଥାନେ ଟାପୁମାନ ତିଆରି ହୋଇଛି ଯେଉଁଠି ପର୍ଯ୍ୟଟକମାନେ ବେଶ୍ ରୋମାଂଚକ ଅନୁଭବ କରିପାରିବେ । ବିଭିନ୍ନ ପ୍ରକାର ଖେଳର ମଧ୍ୟ ଆୟୋଜନ କରାଯାଇଛି । ଖାସ୍କରି ଗଲ୍ଫର ସୌକିନମାନେ ଏହି ସ୍ଥାନର ଭରପୂର ଉପଯୋଗ କରିପାରିବେ ।
ଯଦି ଆପଣ ହିମାଚଳ ପ୍ରଦେଶର ଚମ୍ବା କିମ୍ବା ଡଳହୋଜି ଯାଉଛନ୍ତି, ତେବେ ମାତ୍ର ଅଧଘଂଟା ଲାଗିବ । ଚଣ୍ଡିଗଡ଼ରୁ ୩୫୨ ଏବଂ ପଠାଣକୋଟ ରେଳ ଷ୍ଟେସନରୁ ମାତ୍ର ୯୫ କିଲୋମିଟର ଦୂରରେ ଅବସ୍ଥିତ ଏହି ଭାରତର ମିନି ସ୍ୱିଜରଲ୍ୟାଣ୍ଡ ଖଜିୟାର ।