ପୁରୀ ( ଏଟିଆର ବ୍ୟୁରୋ): ଲକ ଡାଉନ ନିୟମ ଭାଙ୍ଗି ଅକଳରେ ପଡିଛନ୍ତି ବଡଚଣା ଆଇଆଇସି । ନିୟମ ଉଲ୍ଲଘଂନ କରି ଜଗନ୍ନାଥଙ୍କୁ ଦର୍ଶନ କରିଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏନେଇ ପୋଲିସ ଡିଜି ଏକ ଟ୍ୱିଟ କରି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଗତକାଲି ଯୋର ଜବରଦସ୍ତ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିଥିଲେ । ଦକ୍ଷିଣ ଦ୍ୱାର ଦେଇ ସେ ପ୍ରବେଶ କରିଥିଲେ । ସେଠାରେ କାର୍ଯ୍ୟ କରୁଥିବା ଜଣେ ପୋଲିସ କର୍ମଚାରୀ ମନା କରିଥିଲେ ମଧ୍ୟ ସେ ଯୋର ଜବରଦସ୍ତ ମନ୍ଦିରକୁ ପ୍ରବେଶ କରିଥିଲେ ।
DGP has placed Inspector Deepak Kumar Jena IIC Badachana PS under suspension for his misconduct.
Puri Singhdwar PS Case no 40/2020 has also been registered against him and is under investigation.— DGP, Odisha (@DGPOdisha) April 20, 2020
ଏନେଇ ପୁରୀ ଥାନାରେ ମାମଲା ଦାୟର କରିଥିଲେ ମନ୍ଦିର ସମ୍ମୁଖରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀ । ଯାହାକୁ ଭିତ୍ତିକରି ଆଜି ଯାଜପୁର ବଡଚଣା ଆଇଆଇସିଙ୍କ ଉପରେ ନିଆଯାଇଛି ଦୃଢ କାର୍ଯ୍ୟାନୁଷ୍ଠାନ । ଲକ ଡାଉନ ନିୟମ ଉଲ୍ଲଘଂନ କରିଥିବାରୁ ତାଙ୍କ ଉପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଆଇଆଇସି ତାଙ୍କ ପରିବାର ସମେତ ମନ୍ଦିରରେ ପ୍ରବେଶ କରିଥିଲେ ।