ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମସ୍ତେ କୁହନ୍ତି ଦୁନିଆରେ ଝିଅମାନେ କେବଳ ସବୁକଥାରେ ଡରିଥାନ୍ତି,କିନ୍ତୁ ପୁଅମାନେ ନୁହେଁ । ଯଦି ଆପଣମାନେ ଏଭଳି ଭାବୁଛନ୍ତି ତାହାଲେ ବିଲକୁଲ ଭୁଲ । କାରଣ ଏଭଳି କିଛି କଥା ଅଛି ଯାହା ପୁରୁଷମାନଙ୍କ ମନରେ ଡର ସୃଷ୍ଟି କରିଥାଏ । ବାହାରୁ ସେମାନେ ଯେତେ ମଜବୁତ ଦେଖାଯାଉଥିଲେ ବି ଭିତରୁ ଦୁର୍ବଳ ଅନୁଭବ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏଭଳି କିଛି କଥା କହିବୁ ଯେଉଁଥିପାଇଁ ସବୁବେଳେ ପୁରୁଷମାନେ ଡରିଥାନ୍ତି ।
– ଜୀବନର ଯେକୌଣସି ମାମଲାରେ ହାରିବା ପସନ୍ଦ କରନ୍ତି ନାହିଁ ପୁରୁଷ । ସେହି ଡରଟା ତାଙ୍କ ଭିତରେ ସବୁବେଳ ପାଇଁ ରହିଥାଏ ।
– କାମ କରିବା ଏବଂ କାମ କରି ପେଟ ପୋଷିବା ପୁରୁଷଙ୍କ ପାଇଁ ଜରୁରୀ ହୋଇଥାଏ । ସେଥିପାଇଁ ପାଠପଢା ସରୁ ସରୁ ଗୋଟେ ଭଲ ଚାକିରି ନମିଳିବାର ଡର ରହିଥାଏ ସେମାନଙ୍କ ଭିତରେ ।
– ପୁରୁଷମାନଙ୍କ ପାଇଁ ଟଙ୍କା, ଘର, ଗାଡି ଆଦି ନିହାତି ଆବଶ୍ୟକ । ଏହା ସବୁଠାରୁ ଚିନ୍ତାର ବିଷୟ ହୋଇଥାଏ ।
– ଏକୁଟିଆ ଜୀବନ ଯାପନ କରିବା ସବୁଠାରୁ ବଡ ଡର ଥାଏ ପୁରୁଷ ମାନଙ୍କୁ । ସେଥିପାଇଁ ସେମାନେ ଭଲ ଜୀବନସାଥୀଟିଏ ଖୋଜିଥାନ୍ତି । ଯାହାଦ୍ୱାରା ଡର ଦୂର ହେବ ।
– ଜୀବନର ସବୁ ମୋଡରେ ସଫଳତା ହାସଲ କରିବା ପୁରୁଷ ମାନଙ୍କର ସ୍ୱପ୍ନ ।