ଭୁବନେଶର ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ଭାଇରସ କାୟା ଜାଲରେ ପଡି ଛଟପଟ ହେଉଛି । ବିଶ୍ୱର ସବୁଠାରୁ ଶକ୍ତଶାଳି ରାଷ୍ଟ୍ର କୁହାଯାଉଥିବା ବଡବଡ ଦେଶ ଏବେ କରୋନା କବଳରୁ ମୁକୁଳିବା ପାଇଁ ତ୍ରାହିତ୍ରାହି ଡାକ ଛାଡୁଛନ୍ତି । ଚୀନର ଉହାନରୁ ବ୍ୟାପିଥିବା ଏହି ଭାଇରସ ଏବେ ସବୁଠାରୁ ଅଧିକ ତାଣ୍ଡବ ଦେଖାଉଛି ଆମେରିକାରେ । ଆମେରିକାରେ ଆଖି ପିଛୁଳାକେ ଚାଳଇ ଯାଉଛି ଜୀବନ । ଆଜିର ରିପୋର୍ଟ ଅନୁସାରେ ଏବେ ପର୍ଯ୍ୟନ୍ତ ଆମେରିକାରେ ୪୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି ।
ସେହିଭଳି ଆମେ ଯଦି ସଂକ୍ରମଣ କଥା ଦେଖିବା ଆମେରିକାରେ ସଂକ୍ରମଣ ସଂଖ୍ୟା ୭ ଲକ୍ଷ ୬୦ ହଜାର ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ସେହିଭଳି ଆମେ ଯଦି ବିଶ୍ୱ କଥା ଦେଖିବା ସାରା ବିଶ୍ୱରେ ୨୪ ଲକ୍ଷ ୫୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ତେବେ ଅନ୍ୟ ଦେଶ ଗୁଡିକ କଥା ଯଦି ଆମେ ଦେଖିବା ଫ୍ରାନ୍ସରେ ୨୦ ହଜାର, ସ୍ପେନରେ ୨୦ ହଜାର ୫୦୦, ଇଟାଲିରେ ୨୪ ହଜାର ଜର୍ମାନୀରେ ୪ ହଜାର ୫ ଶହ । ସେହିଭଳି ଭରତ କଥା ଯଦି ଦେଖିବା ଭାରତରେ ଗତକାଲି ସୁଦ୍ଧା ଭାରତରେ ୧୭ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଏବଂ ମୋଟ ୫୫୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।