ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଠିକ୍ ସମୟରେ ଖାଦ୍ୟ ଗ୍ରହଣ କରି ହେଉ ନାହିଁ । ସୁସ୍ଥ ଶରୀର ପାଇଁ ଖାଦ୍ୟ ଏବଂ ପାନୀୟ ସହିତ ଫଳ ମଧ୍ୟ ଆବଶ୍ୟକ । ଫଳରେ ଅନେକ ପୋଷକ ତତ୍ୱ ଯେପରିକି ଭିଟାମିନ୍ ସି, ଏ, ଫାଇବର ଥାଏ । ଉପଯୁକ୍ତ ଫଳକୁ ଠିକ୍ ସମୟରେ ଖାଇବା ଦ୍ୱାରା ଶରୀରକୁ ବହୁତ ଲାଭ ମିଳିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ , ସବୁବେଳେ ସକାଳୁ ଫଳ ଖାଆନ୍ତୁ । ଏହାକୁ କଦାପି ଖୀର କିମ୍ବା ଦହି ସହ ମିଶାଇ ଖାଆନ୍ତୁ ନାହିଁ । ମିଶ୍ରଣ କରି ଖାଇବା ଦ୍ୱାରା ଏହା ଶରୀରରେ ବିଷ ପାଲଟି ଯାଇଥାଏ । ଯାହାଦ୍ୱାରା ଶରୀରରେ ଥଣ୍ଡା, କଫ ଏବଂ ସଂକ୍ରମଣ ହେବାର ଆଶଙ୍କା ଅଧିକ ଥାଏ । ତେବେ ଆସନ୍ତୁ ଜାଣିବା ସୁସ୍ଥ ଶରୀର ଏବଂ ଓଜନ ନିୟନ୍ତ୍ରଣରେ ରଖିବା ପାଇଁ କେଉଁ ସବୁ ଫଳ ଖାଇବା ଉଚିତ୍ ।
ଅମୃତଭଣ୍ଡା: ଅମୃତଭଣ୍ଡା ଖାଇବା ଦ୍ୱାରା କ୍ୟାଲସିୟମ, ଭିଟାମିନ୍, ଆୟରନ,ମିନେରାଲସ ଏବଂ ଶରୀର ପାଇଁ ଫସଫରସ ମଧ୍ୟ ମିଳିଥାଏ । ଏହାଦ୍ୱାରା ହଜମ ପ୍ରକ୍ରିୟା ଠିକ୍ ଭାବେ ହୋଇଥାଏ । ଏବଂ ଏହା ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ ।
ତରଭୁଜ: ତରଭୁଜରେ ବହୁତ କମ୍ କ୍ୟାଲୋରୀ ଥାଏ ଏବଂ ପାଣିିର ମାତ୍ରା ଅଧିକ ଥାଏ । ସେଥିପାଇଁ ତରଭୁଜ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଏହାକୁ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇନଥାଏ ।
କଦଳୀ: ଗୋଟେ କଦଳୀରେ ୧୦୫ କ୍ୟାଲୋରୀ ମିଳିଥାଏ ।ଏହା ଇଂଷ୍ଟାଣ୍ଟ ଏନର୍ଜି ପାଇଁ ଖୁବ୍ ଉପଯୋଗୀ ହୋଇଥାଏ । ବ୍ୟାୟାମପରେ ଏହାକୁ ଖାଆନ୍ତୁ । ଏହା ରକ୍ତଚାପ ନିୟନ୍ତ୍ରଣ କରିବାରେ ଏବଂ ପେଟ ଗ୍ୟାସ ହେବାରୁ ମୁକ୍ତି ଦେଇଥାଏ ।
କମଳା: ଏହା କେବଳ ସ୍ୱାଦ ପାଇଁ ନୁହେଁ ବରଂ ଓଜନ ହ୍ରାସ କରିବାରେ ଖୁବ୍ ସହାୟକ ହୋଇଥାଏ ।
ନାଶପାତି: ଏଥିରେ ପ୍ରଚୁର ପରିମାଣର ଫାଇବର ଥାଏ । ଏହାକୁ ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ହୋଇନଥାଏ । ସେଥିପାଇଁ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।
ଆମ୍ବ: ଆମ୍ବରେ ଫାଇବର, ମ୍ୟାଗ୍ନେସିୟମ, ଆଣ୍ଟିଅକ୍ସିଡେଣ୍ଟ ଏବଂ ଆଇରନ ଥାଏ ଯାହା ଭୋକ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏହାଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।
ଲିଚୁକୋଳି: ନିୟମିତ ୧ କପ ଲିଚୁକୋଳି ଖାଆନ୍ତୁ । ଏଥିରେ ଚିନି ଏବଂ ସୋଡିୟମ ବିଲକୁଲ ନଥାଏ । ଏହା ଓଜନ ହ୍ରାସ କରିବାରେ ସହାୟକ ହେବ ।
ଡାଳିମ୍ବ: ପ୍ରତିଦିନ ଗୋଟେ ଡାଳିମ୍ବ ଖାଆନ୍ତୁ । ଏହା ଓଜନ ହ୍ରାସ କରିବା ସହିତ ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ।