ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଖୁସୀ ଖବର । ଆଜି ରାଜ୍ୟରୁ ଆଉ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱର, ଢେଙ୍ଗାନାଳ, କଳାହାଣ୍ଡି, ସୁନ୍ଦରଗଡ ଏବଂ କେନ୍ଦାପଡାର ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
Happy to share that 5 more #COVID19 positive cases, one each from Bhubaneswar, Dhenkanal, Kalahandi, Sundargarh and Kendrapada have recovered.
With this, the total recoveries of the State stand at 29. #OdishaFightsCorona
— H & FW Dept Odisha (@HFWOdisha) April 21, 2020
ଏପର୍ଯ୍ୟନ୍ତ ରାଜ୍ୟରେ ସର୍ବମୋଟ ୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଗଲେଣି । ଗତ ଦୁଇ ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାରି ମଧ୍ୟରେ ଆଉ ୫ ଜଣ ଆକ୍ରାନ୍ତ ସୁସ୍ଥ ହେବା ଖବର ରାଜ୍ୟ ପାଇଁ ଏକ ପ୍ରକାରର ଆଶ୍ୱସ୍ତି ଜନକ ଖବର ବୋଲି କୁହାଯାଇ ପାରେ ।