ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆମେରିକା ଏବେ କରୋନା କାୟାରେ ପଡି କଲବଲ ହେଉଛି । ପ୍ରତିଦିନ ଆମେରିକାରେ ହଜାର ହଜାର ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଛି । ଯାହା ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଏହି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ଘୋଷଣା କରିଛନ୍ତି । ସେ ଘୋଷଣା କରି କହିଛନ୍ତି ଆମେରିକା ଏବେ କରୋନା ଭାଇରସ ସହିତ ଲଢେଇ କରୁଛି ଏହି ପରିପ୍ରକ୍ଷୀରେ ବିଦେଶୀ ନାଗରିକ ଆସନ୍ତା ୬୦ ଦିନ ପର୍ଯ୍ୟନ୍ତ ଆମେରିକାରେ ନ ରୁହନ୍ତୁ ।
କରୋନା ସଂକ୍ରମଣ ଦେଖାଯାଇଥିବା ଆର୍ଥିକ ମାନ୍ଦାବସ୍ଥା ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି । ସେ କହିଛନ୍ତି ଆମେରିକାରେ ଇମିଗ୍ରେସନ ଉପରେ ଅସ୍ଥାୟୀ ରହଣୀ କଟକଣା ଲଗାଯାଇଛି । ଏହା ୬୦ ଦିନ ପର୍ଯ୍ୟନ୍ତ ରହିବ । ପରେ ପରିସ୍ଥିତି ସୁଧୁରିଲେ ଏହା ସଂଶୋଧନ କରାଯିବା ଉପରେ ନିଷ୍ପତ୍ତି ନିଆଯିବ ।