ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପୁଣି ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲାର, ସେ ଜଣେ ୩୮ ବର୍ଷିୟ ଯୁବକ । ସେ ପଶ୍ଚିମବଙ୍ଗରୁ ଫେରିଥିଲେ ବୋଲି ଜାଣିବାକୁ ମିଳିଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
2nd Health Update 22nd April, 2020
One New Positive case in Jajpur
38 Yrs Male
(Returned from West Bengal)Total Positive Cases Detected: 83
— I & PR Department, Odisha (@IPR_Odisha) April 22, 2020
ରାଜ୍ୟରେ ଲଗାତର ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ସେହି ଅନୁଯାୟୀ ଏବେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୮୩ କୁ ଛୁଇଁଛି ।