ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ନିଜର ଡିଜିଟାଲ ମାର୍କେଟିଙ୍ଗ ଉପଲବ୍ଧି ବିସ୍ତାର ପାଇଁ ରିଲିଆନ୍ସ ସହିତ ଆମେରିକି ସୋସିଆଲ ମିଡିଆ କମ୍ପାନୀ ଫେସବୁକ ଏକ ବଡ ଡିଲ୍ କରିଛି । ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡର ଡିଜିଟାଲ ଅପରେଶନ ରିଲିଆନ୍ସ ଜିଓ ରେ ୫.୭ ବିଲିଅନ ମାନେ ୪୩,୫୭୪ କୋଟି ଟଙ୍କା ନିବେଶ କରିଛି ଫେସବୁକ୍ । ଏନେଇ ଫେସବୁକ୍ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି ।
ଫେସବୁକ ୱେବସାଇଟ୍ ମୁତାବକ,ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଭାରତର ସବୁଠାରୁ ବଡ ଟେଲିକମ କମ୍ପାନୀ ରିଲିଆନ୍ସ ଜିଓରେ ୯.୯୯ ପ୍ରତିଶତ ସେୟାର କୁ ୪୩, ୫୭୪ କୋଟି ଟଙ୍କାରେ କିଣିଛି । ଏହି ଡିଲ୍ ସହିତ ଫେସବୁକ୍ ଏବେ ରିଲିଆନ୍ସ ଜିଓର ସବୁଠାରୁ ବଡ ସେୟାରହୋଲ୍ଡର କମ୍ପାନୀ ହୋଇଯାଇଛି ।
ଏନେଇ ଫେସବୁକ୍ ପକ୍ଷରୁ କୁହାଯାଇଛି, ଏହି ନିବେଶ ଭାରତ ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ଭାରତରେ ଜିଓ ଯେଉଁ ବଡ ପରିବର୍ତ୍ତନ ଆଣିଛି । ତାହାଦ୍ୱାରା ଆମେ ଉତ୍ସାହିତ । ୪ ବର୍ଷରୁ କମ ସମୟ ମଧ୍ୟରେ ରିଲିଆନ୍ସ ଜିଓ ୩୮୮ ମିଲିୟନ ରୁ ଅଧିକ ଲୋକଙ୍କୁ ଅନଲାଇନ୍ ପ୍ଲାଟଫର୍ମକୁ ଆଣିଛି । ଏହା ଇନୋଭେସନ ଏବଂ ନୂତନ ଇଂଟରପ୍ରାଇଜେସ କୁ ଉତ୍ସାହିତ କରୁଛି । ଲୋକଙ୍କୁ ନୂଆ ଉପାୟରେ ଜୋଡୁଛି । ସେଥିପାଇଁ ଆମେ ଜିଓ ମାଧ୍ୟମରେ ଭାରତରେ ପୂର୍ବରୁ ଆହୁରି ଅଧିକ ଲୋକଙ୍କ ସହ ଯୋଡିହେବା ପାଇଁ ପ୍ରତିବଦ୍ଧ ।
ପ୍ରକୃତରେ ୨୦୧୬ ମସିହାରେ ଜିଓ ଲଞ୍ଚ ହେବା ପରେ ରିଲିଆନ୍ସ ଦେଶର ଏକମାତ୍ର ଏଭଳି ଏକ କମ୍ପାନୀ ଭାବେ ବଜାରରେ ଉପଲବ୍ଧ । ଯିଏ ଦ୍ରୁତ ବେଗରେ ଭାରତୀୟ ବଜାରରେ ଆମେରିକି ଟେକ୍ନୋଲୋଜିକୁ ଟକ୍କର ଦେବାରେ ସକ୍ଷମ ହୋଇପାରିଛି । ରିଲିଆନ୍ସର ମୋବାଇଲ ଟେଲିକମ୍ ଠାରୁ ଆରମ୍ଭ କରି ବ୍ରଡବ୍ୟାଣ୍ଡ ପର୍ଯ୍ୟନ୍ତ ସମସ୍ତ ଜିନିଷ ରେ ଇକମର୍ସର ବିସ୍ତାର କରିଛି ।
ସେହିପରି ଭାରତ ବି ଫେସବୁକ୍ ଏବଂ ତାର ମେସେଜିଙ୍ଗ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ପାଇଁ ଏକ ବଡ ମାର୍କେଟ । ଭାରତରେ ଫେସବୁକର ୪୦୦ ମିଳିଅନ ୟୁଜର୍ସ ରହିଛନ୍ତି ।