ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ଗ୍ରାମ ପଞ୍ଚାୟତର ସରପଞ୍ଚ କୁ ସମ୍ବଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି କି, ନୂତନ ସମସ୍ୟା ସୃଷ୍ଟି କରିଛି କରୋନା, ଯାହା ଆମେ କେବେ ଭାବି ବି ନଥିଲେ ତାହା ହୋଇଯାଉଛି । ସେଥିପାଇଁ ଆମକୁ ଆତ୍ମନିର୍ଭର ହେବାକୁ ପଡିବ । ଆତ୍ମନିର୍ଭର ହେବା ପାଇଁ କୋଭିଡ୧୯ ଆମକୁ ବଡ ଶିକ୍ଷା ଦେଇଛି ।
ପ୍ରକୃତରେ, ପ୍ରତ୍ୟେକ ବର୍ଷ ଏପ୍ରିଲ ୨୪ କୁ ରାଷ୍ଟ୍ରୀୟ ପଞ୍ଚାୟତି ରାଜ ଦିବସ ରୂପେ ପାଳନ କରାଯାଏ । ସେଥିପାଇଁ ଆଜି ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକିକୃତ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ଲଞ୍ଚ କରିଛନ୍ତି । ଯେଉଁଥିରେ ଗାଁର ବିକାଶ ପରିଯୋଜନା ଉପରେ ନଜର ରଖାଯିବ ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମମାନଙ୍କ କାମ କରିବାର ଉପାୟ ବଦଳାଇ ଦେଲା କରୋନା । ଏହି ମହାମାରୀ ଆମ ସାମ୍ନାରେ ଅନେକ ସମସ୍ୟା ଛିଡା କରିଦେଇଛି । କିନ୍ତୁ ଏହାଦ୍ୱାରା ଆମକୁ ଆତ୍ମନିର୍ଭର ହେବାର ଶିକ୍ଷା ବି ଦେଇଛି ।