ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମହାମାରୀ ସହିତ ଲଢେି କରୁଛି । ଭାରତରେ ମଧ୍ୟ ସମାନ ଅବସ୍ଥା । ଭାରତରେ ମଧ୍ୟ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଦେଶ ୠଳ ଡାଉନରେ ରହିଛି । ତେବେ ଏହି ଭିତରେ ଏବେ ଆଉ ଏକ ବଡ ଘଟଣା ସାମ୍ନାକୁ ଆସିଛି । ଭାରତରେ ୯ ଜଣ ସିଆରପିଏଫ ଯବାନ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।
ଯବାନ ମାନଙ୍କ ସ୍ୱାସ୍ଥ୍ୟ ସେବା କରୁଥିବା ଜଷର ନର୍ସଙ୍କ ଠାରେ କରୋନା ପଜିଟିଭ ଜଣା ପଡିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଯବାନ ଓ କର୍ମଚାରୀଙ୍କ ନମୂନା ପରକ୍ଷା କରାଯାଇଥିଲା । ପରେ ଏହି ଘଟଣା ସାମ୍ନାକୁ ଆସିଛି । ୯ ଜଣଙ୍କୁ କରୋନା ପଜିଟିଭ ଜଣା ପଡିବା ପରେ ସେମାନଙ୍କ ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସଂକ୍ରମିତଙ୍କ ମଧ୍ୟରେ ୭ ଜଣ କନେଷ୍ଟବଳ, ଜଣେ ହେଡ କନେଷ୍ଟବଳ ଓ ଜଣେ ଉପନିରୀକ୍ଷକ ରହିଛନ୍ତି । ତେବେ କେସରେ ୫୦ ଜଣ ଯବାନଙ୍କ କ୍ୱାରେଣ୍ଟାଇନରେ ରଖାଯାଇଛି ।