ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କରୋନା କରୁଣ ଏବେ ସବୁଠାରୁ ଅଧିକ ଦେଖିବାକୁ ମିଳୁଛି ଆମେରିକାରେ । ଆମେରିକାରେ କରାନା ମୃତ୍ୟୁ ସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ମୃତ୍ୟୁ ସଂଖ୍ୟା କମିଥିବା ସୂଚନା ମିଳିଛି । ଯାହା ଆମେରିକା ପାଇଁ ଏକ ଆସ୍ୱସ୍ତିର କଥା ବୋଲି କୁହାଯାଇପାରେ । ସୂଚନା ଅନୁସାରେ ଗତ ୩ ସପ୍ତାହ ପରେ ଆମେରିକାରେ ଗତ ୨୪ ଘଣ୍ଟା ମୃତ୍ୟୁ ସଂଖ୍ୟା କମିଛି । ସବୁଦିନ ୨ ହଜାରରୁ ଅଧିକ ଲୋକଙ୍କର ପ୍ରତିଦିନ ମୃତ୍ୟୁ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ୧୨୫୮ ଜଣଙ୍କର ମୃତ୍ୟୁ ହୋଇଛି । ଯାହା ଗତ ତିନି ସପ୍ତାହ ମଧ୍ୟରେ ସର୍ବନିମ୍ନ ମୃତ୍ୟୁ ସଂଖ୍ୟା ।
ସୂଚନାଯୋଗ୍ୟ ଆମେରିକାରେ ୫୨ ହଜାର ୧୮୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ପେନରେ ୨ ଲକ୍ଷ ୧୯ ହଜାର ୭୬୪ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ହଜାର ୫୨୪ ଜଣଙ୍କ ମୃତ୍ୟୁ ହୋଇଛି । ଫ୍ରାନ୍ସରେ ୧ ଲକ୍ଷ ୫୯ ହଜାର ୮୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ହଜାର ୨୪୫ ଜଣଙ୍କର ମୃତ୍ୟୁ ହୋଇଛି। ଜର୍ମାନୀରେ ୧ ଲକ୍ଷ ୫୪ ହଜାର ୯୯୯ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ହଜାର ୭୬୦ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ବ୍ରିଟେନରେ ୧ ଲକ୍ଷ ୪୩ ହଜାର ୪୬୪ ଜଣ ସଂକ୍ରମିତ ଥିବା ବେଳେ ୧୯ ହଜାର ୫୦୬ ଜଣ ମୃତ୍ୟୁ ବରଣ କରିଛନ୍ତି। ସେହିଭଳି ଆମେ ଯଦି ଭାରତ କଥା ଦେଖିବା ଭାରତରେ ୨୩ ହଜାର ୪୫୨ ଜଣ ସଂକ୍ରମିତ ହୋଇଥିବା ବେଳେ ୭୨୪ ଜଣଙ୍କର ମୃତ୍ୟୁ ହୋଇଛି ।