ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ର ଦୁଷ୍ପ୍ରଭାବକୁ ନେଇ ଚେତାବନି ଦେଇଛନ୍ତି ଆମେରିକାର ଖାଦ୍ୟ ଏବଂ ଔଷଧୀ ପ୍ରଶାସନ । ପ୍ରକୃତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ କି, କୋଭିଡ୧୯ ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଔଷଧ ଲାଭଦାୟକ ଅଟେ । କିନ୍ତୁ ଏହି ଔଷଧର ଦୁଷ୍ପ୍ରାଭବରେ ହାର୍ଟ ସମ୍ବନ୍ଧୀୟ ଗମ୍ଭୀର ସମସ୍ୟା ହୋଇପାରେ ।
ଏଫଡିଏ ପକ୍ଷରୁ କୁହାଯାଇଛି କି, କରୋନା ଭାଇରସ ରୋଗୀଙ୍କୁ ଚିକିତ୍ସା କରିବା ଲାଗି ଏହି ଔଷଧ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । କିନ୍ତୁ ଏହାର ଅଧିକ ବ୍ୟବହାର ହାର୍ଟ ପାଇଁ ବିପଦ ।
ଏଫଡିଏର ଆୟୁକ୍ତ ଷ୍ଟିଫନ ଏମ ହାନ୍ କହିଛନ୍ତି କି, ଆମେ ସମସ୍ତେ ଜାଣିଛେ କି ସ୍ୱାସ୍ଥ୍ୟକର୍ମୀ ରୋଗୀଙ୍କ ଚିକିତ୍ସା ପାଇଁ ବିଭିନ୍ନ ବିକଳ୍ପ ଆପଣାଉଛନ୍ତି । ସେଥିପାଇଁ ଆମେ ସେମାନଙ୍କୁ ସଠିକ୍ ନିଷ୍ପତି ନେବା ଲାଗି ଉଚିତ୍ ସୂଚନା ଦେଉଛି । କୋଭିଡ୧୯ ଚିକିତ୍ସା ପାଇଁ ଏହି ଔଷଧ କେତେ ସୁରକ୍ଷିତ ଏବଂ କେତେ ବିପଦ ତାହା ଜାଣିବା ପାଇଁ ଚେଷ୍ଟା ଜାରି ରହିଛି । କିନ୍ତୁ ଏହି ଔଷଧର ଯାହା ବି ଦୁଷ୍ପ୍ରାଭାବ ରହିଛି ତାକୁ ବି ଧ୍ୟାନରେ ରଖିବା ଉଚିତ୍ ।
ଅନେକ ରିପୋର୍ଟରୁ ଜାଣିବାକୁ ମିଳିଛି କି, ମ୍ୟାଲେରିଆ ଚିକିତ୍ସା ପାଇଁ ବ୍ୟବହାର କରାଯାଇଥିବା ଔଷଧ କରୋନା ଭାଇରସ ସଂକ୍ରମିତ ରୋଗର ପ୍ରଥମ ଚରଣ ପାଇଁ ଲାଭଦାୟକ ହେଉଛି । କିନ୍ତୁ ଏହା ହୃଦରୋଗୀ ପାଇଁ ବିପଦପୂର୍ଣ୍ଣ ଅଟେ ।