ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ପରି ଏକ ଅଦୃଶ୍ୟ ମହାମାରୀ ସହିତ ଲଢେଇ କରୁଛି । ଯେଉଁଥିରେ ପ୍ରତିଦିନ ହଜାର ହଜାର ଲୋକଙ୍କର ଜୀବନ ଯାଉଥିବା ବେଳେ ଲକ୍ଷାଧିକ ଲୋକ ଏବେବି ସେହି ମହାମାରୀର କରାଳ କାୟାରେ କଲବଲ ହେଉଛନ୍ତି । ସେହିଭଳି ଭାରତ ମଧ୍ୟ ଏଥିରୁ ମୁୁକୁଳି ପାରନାହିଁ । ଭାରତରେ ମଧ୍ୟ ପ୍ରତିଦିନ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସେହିଦୃଷ୍ଟିରେ ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଛି ।
ଗତକାଲି ରାତିରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦ ଛୁଇଁଛି । ଯାହା ଏବେ ରାଜ୍ୟ ସରକାରଙ୍କ ପାଇଁ ଆଉ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ପୂର୍ବରୁ ନିୟମିତ ଭାବେ ଭୁବନେଶ୍ୱରରୁ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ରାଜଧାନର ସ୍ଥାନ ନେଇଛି ଭଦ୍ରକ , ଯାଜପୁର ଓ ବାଲେଶ୍ୱର । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ତିନି ଜିଲ୍ଲାକୁ ୬୦ ଘଣ୍ଟିଆ ସଟ ଡାଉନରେ ରଖିଛନ୍ତି । କେବଳ ଖାଲି ଯେ ଆମେ କହିବା ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି ତାହା ନୁହେଁ
Happy to share that one #COVID19 case of Sundargarh (Rourkela) has recovered, taking the total recovered cases to 34.
Now Sundargarh district has no active cases of Covid-19.
— H & FW Dept Odisha (@HFWOdisha) April 25, 2020
ରାଜ୍ୟରେ ମଧ୍ୟ ନିୟମିତ ବ୍ୟବଧାନରେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରୁଥିବା ସୂଚନା ଆସୁଛି । ଯାହା ରାଜ୍ୟ ପାଇଁ ଅନେକ ମାତ୍ରାରେ ଖୁସି ଖବର ଆଣୁଛି । ବା ଲୋକଙ୍କୁ ଆସ୍ୱସ୍ତ କରୁଛି ।
ପୁରା ପ୍ରକ୍ରିୟା ଉପରେ ଯଦି ଆମେ ନଜର ପକାଇବା ଏଯାବତ ରାଜ୍ୟରେ ୧୦୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ଭିତରୁ ମୃତ୍ୟୁ ହୋଇଛି । ୩୪ ଜଣ ବିଭିନ୍ନ ପର୍ଯ୍ୟାୟରେ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ୬୫ ଜଣ ଚିକିତ୍ସିତ ହେଉଛନ୍ତି ।