ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ସୁନ୍ଦରଗଡରେ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୩ ଚିହ୍ନଟ ପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ନେଇ ଟ୍ୱିଟ କରି ତଥ୍ୟ ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଦିଆଯାଇଥିବା ସୂଚନା ଅନୁସାରେ ଚିହ୍ନଟ ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି ।
ସେମାନଙ୍କ ମଧ୍ୟରେ ଜଣେ ୨୩ ବର୍ଷର ଯୁବକ ଓ ଜଣେ ୬୦ ବର୍ଷର ବୟସ୍କ ପୁରୁଷ ଏବଂ ୫୭ ବର୍ଷୀୟ ଜଷର ମହିଳା ରହିଛନ୍ତି । ୨ ଜଣ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ନିକଟ ସଂପର୍କୀୟ ହୋଇଥିବା ବେଳେ ଅନ୍ୟ ଜଣକ ମଧ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଅନୁମାନ କରାଯାଇଛି ।
Health Update, 26th April
03 New Positive Cases in Sundargarh (Rourkela)
23 Yr Male, 60 Yr Male & 57 Yr Female
(Two are confirmed close contacts of earlier positive case. One is a suspected contact)
Total Positive Case: 103
Contact tracing and followup action is being done.
— I & PR Department, Odisha (@IPR_Odisha) April 26, 2020
ସୂଚନାଯୋଗ୍ୟ ଗତକାଲି ଯାଜପୁରରେ ୬ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦ ରେ ପହଞ୍ଚିଥିଲା । ତେବେ ଆଜି ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ପଜିଟିଭ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତ ସଂଖ୍ୟା ୧୦୩ ରହିଛି । ୬୮ ଟି କେସ ଆକ୍ଟିଭ ରହିଥିବା ବେଳେ ୩୪ ଜଣ ସୁସ୍ଥ ହୋଇଛନ୍ତି । ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଚିହ୍ନଟ ୩ ପଜିଟିଭ ରାଉରକେଲାର ବୋଲି ସୂଚନା ଦିଆଯାଇଛି ।