ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ପାଇଁ ଭିନ୍ନ ଭିନ୍ନ ରାଜ୍ୟର ଶ୍ରମିକମାନେ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ସେମାନେ ସେମାନଙ୍କ ରାଜ୍ୟକୁ ଫେରିବା ପାଇଁ ଚେଷ୍ଟା କରୁଛନ୍ତି । ଇତିମଧ୍ୟରେ ବାହାର ରାଜ୍ୟରୁ ଯେଉଁ ସବୁ ଉତ୍ତରପ୍ରଦେଶର ଶ୍ରମିକ ଫେରିଛନ୍ତି ସେମାନଙ୍କ ପାଇଁ ଯୋଗୀ ସରକାର ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି କି, ବାହାର ରାଜ୍ୟରୁ ଫେରିଥିବା ୧୫ ଲକ୍ଷ ଶ୍ରମିକ ମାନଙ୍କୁ ସରକାର ରୋଜଗାର ଦେବେ । ସେଥିପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟ ଯୋଜନା ଚାଲିଛି । ଏହି ରୋଜଗାର ସେହିମାନଙ୍କ ପାଇଁ ଯେଉଁମାନେ ଅନ୍ୟ ରାଜ୍ୟରେ କାମ କରୁଥିଲେ କିନ୍ତୁ ଲକ୍ ଡାଉନ୍ ପାଇଁ କିଛି ଫେରିଛନ୍ତି ଆଉ କିଛି ବାହାର ରାଜ୍ୟରେ ଅଟକି ରହିଛନ୍ତି ।
ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ସରକାର ଏକ ସମିତି ଗଠିତ କରିଛନ୍ତି । ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ପ୍ରବାସୀ ଶ୍ରମିକଙ୍କ ପାଇଁ ରୋଜଗାର ଉପଲବ୍ଧ କରାଇବା ଏକ ଚ୍ୟାଲେଞ୍ଜପୂର୍ଣ୍ଣ କାର୍ଯ୍ୟ ଅଟେ ।
ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ସିଂଙ୍କୁ ନିର୍ଦ୍ଦେଶିତ କରାଯାଇଛି କି ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ମାଧ୍ୟମରେ ମନରେଗା ଏବଂ ଗାଁର ବିକାଶ କାର୍ଯ୍ୟ ଆଗକୁ ବୃଦ୍ଧି କରାଯାଉ । ଏହାସହିତ ପୋଖରୀ ଏବଂ ଚେକ୍ ଡ୍ୟାମ କାର୍ଯ୍ୟ ଆରମ୍ଭ କରିବା ପାଇଁ କୁହାଯାଇଛି । ଏଥିରେ ପ୍ରବାସୀ ଶ୍ରମିକ ମାନଙ୍କୁ କାମରେ ଲଗାଇବା ପାଇଁ କୁହାଯାଇଛି ।