ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ରାଜ୍ୟରୁ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତ ଜଣଙ୍କ ଭୁବନେଶ୍ୱରର । ତାଙ୍କର କରୋନା ପଜିଟିଭ୍ ବାହାରିବା ପରେ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ଏବେ କରୋନାରୁ ସୁସ୍ଥ ହୋଇଯାଇଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ନାହିଁ । କାରଣ ତାଙ୍କର ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ରହିଛି । ଏଥିରେ ସେ ସୁସ୍ଥ ହେବା ପରେ ଡିସଚାର୍ଜ ହେବେ । ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
The #COVID19 positive case of Bhubaneswar who was under treatment at AIIMS has recovered and tested negative for COVID-19 .
He is under treatment for his other chronic health conditions and will be discharged after his recovery from the other health issues. #OdishaFightsCorona
— H & FW Dept Odisha (@HFWOdisha) April 26, 2020
ସେହିଅନୁଯାୟୀ ଏବେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୫କୁ ଛୁଇଁଛି । ଅନ୍ୟପଟେ ସକ୍ରିୟ ମାମଲା ୭୭ ରହିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।