ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପଣସକୁ ଲୋକେ କେବଳ ତରକାରୀ କରନ୍ତି ତାହା ନୁହେଁ ବରଂ ଏହାକୁ ଲୋକେ ଆଚାର, ପକୋଡା ଏବଂ କୋପ୍ତା କରି ସେବନ କରିଥାନ୍ତି । ଏହାସହିତ ଅନେକ ଲୋକ ପାଚିଲା ପଣସକୁ ବି ଖାଇବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ପଣସରେ ଔଷଧୀୟ ଗୁଣ ଭରପୁର ହୋଇ ରହିଛି । ଏଥିରେ ଏଭଳି ତତ୍ୱ ରହିଛି ଯାହା ଶରୀରର ଅନେକ ଆବଶ୍ୟକତାକୁ ପୁରଣ କରିଥାଏ । ପଣସରେ ଭିଟାମିନ୍ ଏ, ଭିଟାମିନ୍ ସି, ଥାୟାମିନ୍, ପୋଟାସିୟମ, କ୍ୟାଲସିୟମ, ଆୟରନ ଏବଂ ଜିଙ୍କ ପ୍ରଚୁର ପରିମାଣର ରହିଛି । ଏହାବ୍ୟତିତ ଏଥିରେ ଫାଇବରର ମାତ୍ରା ବି ଅଧିକ ରହିଛି । ସବୁଠାରୁ ଖାସ୍ କଥା ହେଉଛି ଏଥିରେ କ୍ୟାଲୋରୀ ନଥାଏ । ଏହା ହାର୍ଟ ସମ୍ବନ୍ଧୀୟ ରୋଗ ପାଇଁ ଉପଯୋଗୀ ହୋଇଥାଏ ।
– ପଣସ ମଞ୍ଜିରୁ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଏବଂ ପ୍ରୋଟିନ୍ ମିଳିଥାଏ । ଯାହା ମାନସିକ ଚିନ୍ତା ଦୂର କରିବାରେ ଫାଇଦା ହୋଇଥାଏ । ଯଦି କୌଣସି ବ୍ୟକ୍ତି ମାନସିକ ଚିନ୍ତାରେ ପୀଡିତ ତେବେ ସେମାନେ ପଣସ ମଞ୍ଜି ସେବନ ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇବେ ।
– ପଣସରେ ଥିବା ଭିଟାମିନ୍ ଏ ଆଖି ପାଇଁ ଏକ ଆବଶ୍ୟକୀୟ ପୋଷକ ତତ୍ୱ ହୋଇଥାଏ । ଏହାଦ୍ୱାରା ମୋତିଆବିନ୍ଦୁ, ଅନ୍ଧାରଦୋଷ, ପାଇଁ ସହାୟକ ହୋଇଥାଏ ।
– ସେହିପରି ପଣସରେ ଥିବା ଭିଟାମିନ୍ ସି ଯୋଗୁଁ ରୋଗପ୍ରତିରୋଧକ କ୍ଷମତା ସଠିକ୍ ହୋଇଥାଏ । । ଏହା ଆୟରନ ଏକ ଭଲ ସ୍ରୋତ । ଯେଉଁଥିପାଇଁ ଏନିମିୟାରୁ ରକ୍ଷା ମିଳିଥାଏ । ଏହାସହିତ ରକ୍ତ ସଂଚଳାନ ନିୟନ୍ତ୍ରଣ ହୋଇଥାଏ ।