ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମ୍ୟୁଚୁଆଲ ଫଣ୍ଡ ଉପରେ ଲିକ୍ୟୁଡିଟି ଚାପକୁ କମ କରିବା ପାଇଁ , ଆରବିଆଇ ଆଜି ୫୦ ହଜାର କୋଟି ଟଙ୍କାର ସ୍ପେଶାଲ ଲିକ୍ୟୁଡିଟି ସୁବିଧା ଘୋଷଣା କରିଛି । କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି କି, ସେମାନେ ସତର୍କ ଅଛନ୍ତି ଏବଂ କରୋନା ଭାଇରସର ଆର୍ଥିକ ପ୍ରଭାବକୁ କମ କରିବା ଏବଂ ଆର୍ଥିକ ସ୍ଥିରତାକୁ ବଜାୟ ରଖିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ।
ଗତ ସପ୍ତାହରେ ଭାରତର ଆଠଟି ସବୁଠାରୁ ବଡ ମୁଚ୍ୟୁଆଲ ଫଣ୍ଡ କମ୍ପାନୀ ଫ୍ରାଙ୍କଲିନ୍ ଟେମ୍ପଲଟନ ମ୍ୟୁଚୁଆଲ ଫଣ୍ଡ ସ୍ୱଇଛାରେ ୬ଟି ଋଣ ଯୋଜନର ବନ୍ଦ କରିବାର ନିଷ୍ପତି ନେଇଛି । ଏହାପରେ କେନ୍ଦ୍ରୀୟ ବ୍ୟାଙ୍କ ଏହି ପଦକ୍ଷେପ ଗ୍ରହଣ କରିଛି ।
ହୁଏତ ଏସୋସିଏସନ ଅଫ୍ ମ୍ୟୁଚୁଆଲ ଫଣ୍ଡସ ଇନ ଇଣ୍ଡିଆ ପକ୍ଷରୁ ନିବେଶକଙ୍କୁ ଆଶ୍ୱସ୍ତି କରାଯାଇଛି କି, ଅଧିକତମ ଫିକ୍ସଡ ଇନକମ ମ୍ୟୁଚୁଆଲ ଫଣ୍ଡକୁ ପ୍ରବନ୍ଧନାଧୀନ ପରିସମ୍ପତିର ନିବେଶ ଉଚ୍ଚ ଗୁଣବତା ପ୍ରତିଭିତିରେ କରାଯାଇଛି । ଏହି ଯୋଜନାରେ ପର୍ଯ୍ୟାପ୍ତ ପରିମାଣର ଲିକ୍ୟୁଡିଟି ରହିଛି । ଯାହାଦ୍ୱାରା ସାମାନ୍ୟ ପରିଚାଳନା ଶୁନିଶ୍ଚିତ ହୋଇଥାଏ ।
ଏହାବ୍ୟତିତ ଏମଏଫଆଇ ପକ୍ଷରୁ ନିବେଶକଙ୍କୁ କୁହାଯାଇଛି କି ନିବେଶ ଲକ୍ଷ୍ୟ ଉପରେ ଫୋକସ ଜାରି ରଖନ୍ତୁ ଏବଂ ତାଙ୍କର ଫିନାନସିଆଲ ଆଡଭାରୀଙ୍କ ସମ୍ପର୍କରେ ରୁହନ୍ତୁ ।