ଭୁବନେଶ୍ୱର (ଏଟିଅର ବ୍ୟୁରୋ): ଧାର୍ମିକ ରିତୀ ନିତୀ ଅନୁଯାୟୀ ପ୍ରତେକ ଲୋକଙ୍କ ଘରେ ଦେବା-ଦେବୀଙ୍କୁ ପୂଜାର୍ଚ୍ଚାନା କରାଯାଇଥାଏ । ଭଗବାନଙ୍କର ପୂଜା ଆରଧନା କରିବା ସମୟରେ ଘିଅ ଦୀପ ଓ କର୍ପୁର ଆଳତୀ ଦିଆଯାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି? ଗୃହରେ ଭଗବାନଙ୍କୁ କିଭଳି ଭାବେ ଦୀପ ବୁଲାଇବା ଦ୍ୱାରା ଅନେକ ସମସ୍ୟାର ସମାଧାନ ମିଳିଥାଏ । ଯଦି ନାଁ । ତେବେ ବେଦ-ପୁରାଣ ଅନୁଯାୟୀ କେଉଁ ଭଗବାନଙ୍କୁ କିଭଳି ଦୀପ ଏବଂ ଆଳତି କରିବେ ଆସନ୍ତୁ ଜାଣିବା ।
ପୁରାଣ ଅନୁଯାୟୀ, କଦଳୀ ଗଛ ମୂଳରେ ଘିଅ ଦୀପ ଜାଳିବା ଦ୍ୱାରା ଝିଅମାନଙ୍କର ବିବାହ ଖୁବ୍ ଶୀଘ୍ର ହୋଇଥାଏ । ଏହା ବ୍ୟତୀତ ତେନ୍ତୁଳି ଗଛ,ଅଁଳା ଗଛ ଏବଂ ମିଠାଫଳ ଗଛ ମୂଳରେ ଦୀପ ଜାଳିଲେ ଶୁଭ କାର୍ଯ୍ୟ ହୁଏ ବୋଲି ମାନ୍ୟତା ଅଛି ।
ଯଦି କୌଣସି ବ୍ୟକ୍ତି ଦୀର୍ଘ ସମୟ ଧରି ରୋଗରେ ପିଡୀତ ଅଛନ୍ତି । ତେବେ ସେ ପିନ୍ଧିଥିବା ବସ୍ତ୍ରରୁ ଖଣ୍ଡେ କପଡା ଚିରି ହାତ ଦ୍ୱାରା ସେହି କପଡାକୁ ବୋଳି ଦିଅନ୍ତୁ । ସେଥିରେ ଘିଅ ଦେଇ ଘରର ଇଷ୍ଟ ଦେବଙ୍କୁ ପୂଜା କରନ୍ତୁ । ଏଭଳି କରିବା ଦ୍ୱରା ଦୀର୍ଘ ଦିନର ରୋଗ ଭଲ ହୋଇଯିବ । ଏହାସହିତ ଘରର ବୃନ୍ଦାବତୀରେ ଘିଅ ଦୀପ ଜଳାଇଲେ ଧନ ପ୍ରାପ୍ତି ହୋଇଥାଏ ।
ଘରର ପୁର୍ବ ଏବଂ ପଶ୍ଚିମ କୋଣରେ ଘିଅ ଦୀପ ଜାଳନ୍ତୁ । ଏହାଦ୍ୱାରା ଘରେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିବ ନାହିଁ ।
ବରଗଛ ମୂଳରେ ଘିଅ ଦୀପ ଜାଳିବାର ଅନେକ ମାନ୍ୟତା ଅଛି । କୁହାଯାଏ ବରଗଛରେ ବ୍ରହ୍ମା ରହିଥାନ୍ତି । ସେଥିପାଇଁ ବରଗଛ କାଟିଲେ ବ୍ରହ୍ୱହତ୍ୟା ଦୋଷୀ ବୋଲି କୁହାଯାଏ ।
ଛୋଟପିଲା ମାନଙ୍କୁ ନଜର ନଲାଗିବା ପାଇଁ ଘରେ ତେଲ ଦୀପ ଲଗାଇ ସେହି ଦୀପର କଳାକୁ ଛୋଟପିଲା ମାନଙ୍କର ମଥା କିମ୍ବା ଆଖିରେ ଲଗାନ୍ତୁ ।