ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରେନା କବଳରେ ଏବେ ପୁରା ଦେଶ । ଆଜି ନୀତି ଆୟୋଗର ଜଣେ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ନୀତି-ଆୟୋଗର ଉପ-ସଚିବ ଅଜିତ୍ କୁମାର ସୂଚନା ଦେଇଛନ୍ତି ।
ସେ କହିଛନ୍ତି କି , ଏହି ମାମଲା ସାମ୍ନାକୁ ଆସିବା ପରେ କଡା ପଦକ୍ଷେପ ଗ୍ରହଣ କରାଯିବା ସହିତ ଉଚିତ୍ ପ୍ରୋଟୋକଲ ପାଳନ କରାଯାଉଛି । ଦୁଇ ଦିନ ପାଇଁ ପୁରା ଭବନକୁ ସିଲ୍ କରାଯାଇଛି । କାରଣ ପୁରା ଭବନକୁ ସାନିଟାଇଜ୍ କରାଯିବ ।
ଅନ୍ୟ ଜଣେ ଅଧିକାରୀ କହିଛନ୍ତି କି, ନୀତି ଆୟୋଗ ଭବନରେ କାମ କରୁଥିବା ଏକ ନିର୍ଦ୍ଦେଶକ ସ୍ତରର ଅଧିକାରୀଙ୍କ ଠାରେ କରୋନା ପଜିଟିଭ୍ ବାହାରିଛି । ଆଜି ସକାଳୁ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ଏହାସହିତ ତାଙ୍କ ସଂଶ୍ପର୍ଷରେ ଯେଉଁମାନେ ଆସିଛନ୍ତି ତାଙ୍କୁ ଅଲଗା ରହିବା ପାଇଁ କୁହାଯାଇଛି । ଆମେ ସମସ୍ତେ ଅନିବାର୍ଯ୍ୟ ପ୍ରୋଟୋକଲ ପାଳନ କରୁଛୁ ।