ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ବିଭିନ୍ନ ରାଜ୍ୟରେ ରହୁଥିବା ପ୍ରବାଶୀ ଶ୍ରମିକ ନିଜ ରାଜ୍ୟ ପେରିବାକୁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଏହି କ୍ରମରେ ସୁରଟରୁ ମଧ୍ୟ ବସ ଯୋଗେ ଶ୍ରମିକ ମାନେ ନିଜ ଖର୍ଚ୍ଚରେ ଆସିବା ଆରମ୍ଭ କରିଦେଇଛନ୍ତି । ସେହିଭଳି ଆସନ୍ତା ୩ ତାରିଖ ପରେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । ଏହି ଅବସରରେ ପଞ୍ଚାୟତ ସ୍ତରରେ କ୍ୱାରେଣ୍ଟାଇନ ଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାକୁ କଡକଡି କରାଯାଉଛି । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ବଡ ସୂଚନା ଦେଇଛନ୍ତି ।
ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକ ଓ ସେମାନଙ୍କ ପରିବାର କିଭଳି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହୁଅନ୍ତି ତା ଉପରେ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଆଗାମୀ ୮ ରୁ ୧୦ ଦିନକୁ ଦୃଷ୍ଟରେ ରଖି ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ରାସନ ସାମଗ୍ରୀ ବ୍ୟତୀତ ଯୋଗ୍ୟ ଶ୍ରମିକ ମାନେ କିଭଳି ମନରେଗାରେ କାମ ପାଇ ପାରିବେ ସେନେଇ ଦୃଷ୍ଟି ରଖିବାକୁ କୁହାଯାଇଛି । ଭିଡିଓ କନଫରେନ୍ସି ଜରିଆରେ ସମସ୍ତ ଜିଲ୍ଲା ଦାୟିତ୍ୱରେ ରହିଥିବା ବରିଷ୍ଠ ଅଧିକାରୀ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।