ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି ଯଦି କୌଣସି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହୋଇପଡୁଛି ,ତେବେ ତାଙ୍କୁ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ ମନା କରି ପାରିବେ ନାହିଁ । ସେ ତେଣିକି କରୋନା ରୋଗୀ ହୋଇଥାନ୍ତୁ ଅବା ଅନ୍ୟ କୌଣସି ରୋଗୀ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘରୋଇ ହସ୍ପିଟାଲ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ସରକାର ନିର୍ଦ୍ଦେଶ ଦେଇଛନ୍ତି କି ଘରୋଇ ହସ୍ପିଟାଲ ଗୁଡିକ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରୋଗୀଙ୍କ ହସ୍ପିଟାଲରେ ଭର୍ତ୍ତି କରିବାରେ ବା ଚିକିତ୍ସା କରିବା ପାଇଁ ମନା କରି ପାରିବେ ନାହିଁ । ଏହାସହିତ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପୂର୍ବରୁ ସେମାନଙ୍କୁ କରୋନା ଭାଇରସ ପରୀକ୍ଷା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ । ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ନିର୍ଦ୍ଦେଶ ଜାରି କରାଯାଇଛି ।
ସ୍ୱାସ୍ଥ୍ୟମନ୍ତ୍ରାଳୟର ସଚିବ ପ୍ରୀତି ସୂଦନ କହିଛନ୍ତି କି, ହସ୍ପିଟାଲ ଏବଂ କ୍ଲିନିକ ଗୁଡିକ ରୋଗୀଙ୍କୁ ଭର୍ତ୍ତି କରିବା ପୂର୍ବରୁ କରୋନା ପରୀକ୍ଷା ପାଇଁ ବାଧ୍ୟ କରୁଛନ୍ତି । କିନ୍ତୁ ଏଭଳି କରିବା ଭୁଲ୍ ।
ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ଭାବେ ବଢି ଚାଲିଛି । ଏହା ଥମିବାର ନାଁ ଧରୁନି । ଏବେ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୩୧ ହଜାରରୁ ଅଧିକ ଟପିଗଲାଣି ।