ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କରୋନା ପାଇଁ ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ପୁରା ବେହାଲ ହୋଇପଡିଛି । ଏହି ଘଡି ସନ୍ଧି ମୁହୂର୍ତ୍ତରେ ଆମେରିକାକୁ ସାହାଯ୍ୟର ହାତ ବଢାଇଥିଲା ଭାରତ । ମାତ୍ର ସବୁଠାରୁ ଆଶ୍ଚର୍ୟ୍ୟ କଥା ହେଉଛି ସାହାଯ୍ୟ ନେବାର କିଛି ଦିନ ଭିତରେ ହିଁ ଆମେରିକା ହାଇଟ୍ ହାଉସ୍ ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ସମେତ ସମସ୍ତ ଭାରତୀୟଙ୍କ ଟ୍ୱିଟର ଆକାଉଣ୍ଟକୁ ଅନଫଲୋ କରାଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବାନୁଯାୟୀ ଭାରତ ପକ୍ଷରୁ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଔଷଧ ଦିଆଯାଇଥିଲା ।
ଏହାପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଏହି ସଙ୍କଟ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ସମେତ ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ, ରାଷ୍ଟପତି ଭବନ ଏବଂ ଭାରତୀୟ ଦୂତାବାସ ଏବଂ ଅନ୍ୟ ଭାରତୀୟଙ୍କ ଟ୍ୱିଟର ଆକାଉଣ୍ଟକୁ ଫଲୋ କରିବା ଆରମ୍ଭ କରିଥିଲା ହ୍ୱାଇଟ୍ ହାଉସ୍ । ମାତ୍ର ଏବେ ସେ ସମସ୍ତ ଆକାଉଣ୍ଟକୁ ଅନଫଲୋ କରିଛି ହ୍ୱାଇଟ୍ ହାଉସ୍ । ଯାହାକୁ ନେଇ ଭାରତରେ ଆମେରିକାକୁ ସମାଲୋଚନା କରାଯାଇଥିଲା
ରାହୁଳଗାନ୍ଧୀ ମଧ୍ୟ ଟ୍ୱିଟ କରି ଦୁଃଖ ପ୍ରକାଶ କରିବ ସହିତ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏନେଇ ଆମେରିକା ସହିତ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ । ତେବେ ଏହି ପ୍ରସଙ୍ଗରେ ଏବେ ଉତ୍ତର ରଖିଛି ଆମେରିକା । ହ୍ୱାଇଟ ହାଉସର ଜଣେ ପରିଷ୍ଠ ଅଧିକାରୀ କହିଛନ୍ତି ଏହା ଏକ ନିତିଦିନିଆ ପ୍ରକ୍ରିୟା । ହ୍ୱାଇଟ ହାଉସ କେବଳ ଆମେରିକା ସରକାର ସହ ଜଡିତ ଟ୍ୱିଟର ହ୍ୟାଣ୍ଡେଲକୁ ଫଲୋ କରୁଛି । ମାତ୍ର ଆମେରିକା ରାଷ୍ଟ୍ରପତି ଯେତେବେଳେ ବିଦେଶ ଗସ୍ତ କରନ୍ତି ସେହିସମୟରେ ବିଦେଶର କିଛି ମୁଖ୍ୟଙ୍କ ଆକାଉଣ୍ଟକୁ ଫଲୋ କରିଥାଏ ହ୍ୱାଇଟ ହାଉସ । ଯାହାଫଳରେ ବାର୍ତ୍ତାକ୍ରମାଗତ ଭାବେ ରିଟ୍ୱିଟ ହୋଇପାରିବ । ସୂଚନାଯୋଗ୍ୟ ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତର ଦୂତାବାସ ଓ ଭାରତରେ ଥିବା ଆମେରିକାର ଦୂତାବାସକୁ ଫଲୋ କରିଥିଲା ହ୍ୱାଇଟ ହାଉସ ।