ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ବିଶ୍ୱରେ କରୋନାର ପାର୍ଦୁଭାବ ବଢିବାରେ ଲାଗିଛି । ଭାରତରେ ମଧ୍ୟକ ରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୂଚନା ଅନୁସାରେ ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ଅତିକ୍ରମ କରିଛି । ସଂକ୍ୟା ଏବେ ଭାରତରେ ସଂଖ୍ୟା ୩୩ ହଜାର ୬୧୦ କୁ ବୃଦ୍ଧି ପାଇଛି । ସେହିଭଳି ଯଦି ଆମେ ସୁସ୍ଥ କଥା ଦେଖିବା ଏଯାବତ ମୋଟ ଭାରତରେ ଆଠ ହଜାର ୩୭୩ ଜଣ ସୁସ୍ଥ ହୋଇଛନ୍ତି । ସାରା ଦେଶରେ କରୋନାରେ ସବୁଠାରୁ ଅଧିକ କ୍ଷତିଗସ୍ତ ହୋଇଛି ମହାରାଷ୍ଟ୍ର ।
ମହାରାଷ୍ଟ୍ରରେ ଏବେ ମୋଟ କରେନା ପଜିଟିଭ ସଂଖ୍ୟା ୯ ହଜାର ୯୧୫ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୫୯୭ ଟି ମାମଲା ସାମ୍ନାକୁ ଆସିଛି । ସେହିଭଳି ମୃତ୍ୟୁ କଥା ଯଦି ଦେଖିବା ଗତ ବୁଧବାର ଦିନ ମୁମ୍ବାଇରେ ୩୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ମହାରାଷ୍ଟ୍ର ପରେ ଗୁଜୁରାଟ, ଦିଲ୍ଲୀ, ରାଜସ୍ଥାନ ସର୍ବାଧିକ ପ୍ରଭାବିତ ହୋଇଛି ।
ସେହିଭଳି ଯଦି ଆମେ ଓଡିଶା କଥା କହିବା ଓଡିଶାରେ ଏବେ କରୋନା ପଜିଟିଭ ସଂକ୍ୟା ୧୪୩ ରେ ପହଞ୍ଚିଛି । ଗତକାଲି ରାଜ୍ୟରେ ଗୋଟିଏ ଦିନରେ ୧୭ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ଯାହା ଫଳରେ ସଂଖ୍ୟା ପହଞ୍ଚିଥିଲା ୧୪୨ ରେ । ତେବେ ଆଜି ସକାଳେ ବାଲେଶ୍ୱରରୁ ଆଉ ଜଣେ ପଜିଟିଭ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୧୪୩ କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୦୧ ଆକ୍ଟିଭ କେସ ରହିଥିବା ବେଳେ ୪୧ ଜଣ ସୁସ୍ଥ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ସେଇ ୧ ରହିଛି ।