ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପାଇଁ ଜାରିଥିବା ଲକ୍ ଡାଉନ୍ ରେ ଲୋକଙ୍କ ଦାବି ଅନୁଯାୟୀ ଦୂରଦର୍ଶନ ରେ ପୁନଃ ପ୍ରସାରଣ କରାଯାଇଛି ରାମାୟଣ । ଏବେ ଏହି ଧାରାବାହିକ ବିଶ୍ୱ ରେକର୍ଡ କରି ସାରିଲାଣି । ରାଷ୍ଟ୍ରୀୟ ଚ୍ୟାନେଲ ଡିଡି ର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି କି, ପୁର୍ନବାର ରାମାୟଣ ପ୍ରସାରଣ ଏବେ ସାରା ଦୁନିଆରେ ଦର୍ଶକଙ୍କ ରେକର୍ଡ ଭାଙ୍ଗିଛି ।
Rebroadcast of #Ramayana on #Doordarshan smashes viewership records worldwide, the show becomes most watched entertainment show in the world with 7.7 crore viewers on 16th of April pic.twitter.com/edmfMGMDj9
— DD India (@DDIndialive) April 30, 2020
କରୋନା ଭାଇରସ ପାଇଁ ଲୋକେ ନିଜ ଘରେ ବନ୍ଦ ହୋଇ ପଡି ରହିଛନ୍ତି । ବର୍ତ୍ତମାନ ଟିଭିରେ କୌଣସି ନୂଆ ଏପିସୋଡ ପ୍ରସାରଣ ହେଉନାହିଁ । କାରଣ ସମସ୍ତ ସୁଟିଂ ଏବେ ବନ୍ଦ ରହିଛି । ଏହାସହିତ ରାମାୟଣକୁ ପୁନଃପ୍ରସାରଣ ପାଇଁ ଦୀଘଦିନ ହେବ ଲୋକେ ଦାବି କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ଅବସରରେ କେନ୍ଦ୍ରସରକାରଙ୍କ ପକ୍ଷରୁ ରାମାୟଣକୁ ପୁନଃପ୍ରସାରଣ ପାଇଁ ଅନୁମତି ମିଳିଥିଲା ।
ଯେଉଁଦିନ ରାମାୟଣର ପ୍ରଥମ ଏପିସୋଡ ପ୍ରସାରଣ ହୋଇଥିଲା ସେହିଦିନ ୧୭ ମିଲିଅନ୍ ମାନେ ଏକ କୋଟି ୭୦ ଲକ୍ଷ ଲୋକ ଏହି ସୋ’କୁ ଦେଖିିଥିଲେ ।