ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଏକ ସାନ୍ତ୍ୱନା ମୂଳକ ଖରବ । ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୪ ଜଣ କରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ବାଲେଶ୍ୱରରୁ ୩ ଜଣ, ଭୁବନେଶ୍ୱରରୁ ୩ ଜଣ, ଭଦ୍ରକରୁ ୭ ଜଣ ଏବଂ କେନ୍ଦ୍ରାପଡାରୁ ଜଣେ ସୁସ୍ଥ ହୋଇଥିବା ଜଣାପଡିଛି । ଏମାନେ ସମସ୍ତଙ୍କର ରକ୍ତ ନମୁନା ପରୀକ୍ଷା ହୋଇଥିଲା । ଏହାପରେ ଏମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଜାର୍ଚ କରାଯାଇଛି । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ୫୫ ଜଣ ସୁସ୍ଥ ହୋଇ ସାରିଲେଣି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Happy to announce that another 14 #COVID19 patients have recovered in #Odisha, taking the total recovered cases to 55!
Now there are no active cases in Kendrapara district.
The new recovered cases are from:
Kendrapara:1
Bhubaneswar:3
Balasore:3
Bhadrak:7#OdishaFightsCorona— H & FW Dept Odisha (@HFWOdisha) May 1, 2020
ଅନ୍ୟପଟେ ଆଜି ଗୋଟେ ଦିନରେ ୬ ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରୁ ବାଲେଶ୍ୱରରୁ ଜଣେ, ବଲାଙ୍ଗିରରୁ ୨ ଜଣ ଏବଂ ଯାଜପୁରରୁ ତିନି ଜଣ ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି ।