ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ସକାଳୁ ଗଞ୍ଜାମରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାଡା ଫଳରେ ଏବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୦ କୁ ବୃଦ୍ଧି ପାଇଛି । ତେବେ ଗଞ୍ଜାମରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ତଥ୍ୟ ଦେଇଛନ୍ତି ସରକାର । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି ।
First Health Update, 5th May
One positive in Ganjam
18 yr Male
(Surat returnee. In Govt quarantine)Contact tracing and follow-up action is being done.
Tota Covid19 Positive Case :170
— I & PR Department, Odisha (@IPR_Odisha) May 5, 2020
ସେ ହେଉଛନ୍ତି ଜଣେ ୧୮ ବର୍ଷର ଯୁବକ । ସେ ଗତ କିଛିଦିନ ତଳେ ସୁରଟରୁ ଫେରିଥିଲେ । ସେ ଫେରିବା ପରେ କ୍ୱାରେଣ୍ଟାଇନରେ ରହିଥିଲେ । ଏବେ ତାଙ୍କ ନମୂନା ପଜିଟିଭ ଆସିଛି । ବର୍ତ୍ତମାନ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ରାଜ୍ୟରେ ଏବେ ମୋଟ ୧୦୯ ଟି କେସ ଆକ୍ଟିଭ ରହିଛି । ସେଥିମଧ୍ୟରୁ ୬୦ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।