ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ତୃତୀୟ ପର୍ଯ୍ୟାୟରେ ଦେଶରେ ଜାରି ହୋଇଥିବା ଲକଡାଉନକୁ କେନ୍ଦ୍ର ସରକାର ବିଭିନ୍ନ ଜିଲ୍ଲାକୁ ବିଭିନ୍ନ ଜୋନରେ ବିଭକ୍ତକରି କଟକଣାରେ ସାମାନ୍ୟ କୋହଳ କରିଛନ୍ତି । ମାତ୍ର ଏହି କୋହଳରେ ଏବେ ଅନେକ ସମୟରେ ଦେଖାଯାଉଛି କିଛି ଲୋକ ବିନା କାରଣରେ ଘରୁ ବାହାରକୁ ଆସୁଛନ୍ତି । ତେବେ ଟ୍ୱିନ ସିଟିରେ ଏବେ କଯକଣାକୁ ପୁଣି କଡାକଡି କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମଶନର ସୁଧାଂଶୁ ଷଡଙ୍ଗୀ । ଟ୍ୱିନ ସିଟିରେ ଅଟତା ଯାତାୟତ ରୋକିବାକୁ ପୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଟ୍ୱିନସିଟିରେ ଏବେ ସନ୍ଧ୍ୟା ୭ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ଲୋକମାନେ ବାହାରକୁ ନ ଆସିବାକୁ ବାରଣ କରାଯାଇଛି । ଏହି ସମୟରେ ଏକ ପ୍ରକାର କର୍ଫ୍ୟୁ ଭଳି କଟକଣା ଜାରି ରହିବ । ଆସନ୍ତା ୧୭ ତାରିଖ ଲକ ଡାଉନ ଶେଷ ହେବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଯେଉଁ ଅମାନିଆ କଟକଣା ଭଙ୍ଗ କରିବେ ତାଙ୍କ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।
ଅନ୍ୟପଟେ ଜଗତସିଂହପୁର ଜିଲ୍ଲା ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ସଂନ୍ଧ୍ୟା ୭ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ଲୋକମାନେ ବାହାରକୁ ନଆସିବାକୁ ଅପିଲ କରାଯାଇଛି । ଏହି ସମୟରେ ସାରା ଜିଲ୍ଲାରେ କର୍ଫ୍ୟୁ ଜାରି ରହିବ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।