ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତକାଲି ନୂଆ ଜିଲ୍ଲା ଭାବେ ୪ କରୋନା ପଜିଟିଭ ସହ କରୋନା ମ୍ୟାପରେ ଜଗତସିଂହପୁର ଜିଲ୍ଲା ସାମିଲ ହୋଇଥିବା ବେଳେ ଆଜି ସକାଳୁ କରୋନା ମ୍ୟାପରେ ନୂଆ ଜିଲ୍ଲା ଭାବେ ସାମିଲ ହୋଇଛି ମୟୂରଭଞ୍ଜ ଜିଲ୍ଲା । ପ୍ରଥମ କରି ୩ ଜଣ ପଜିଟିଭଙ୍କ ସହ କରୋନା ମ୍ୟାପକୁ ଆସିଛି ମୟୂରଭଞ୍ଜ ।
ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରେ କୌଣସି ବି ପଜିଟିଭ ଚିହ୍ନଟ ହୋଇନଥିଲେ । ଯାହା ଏବେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପାଇଁ ଏବେ ଗୋଟେ ବଡ ଚ୍ୟାଲେଞ୍ଜ ଆସିଛି । ତେବେ ଆଜି ମୟୂରଭଞ୍ଜରେ ଚିହ୍ନଟ ହୋଇଥିବା ସଂକ୍ରମିତ ବାହାର ରାଜ୍ୟ ଫେରନ୍ତାକି ନାଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।
ସେପଟେ ଆଜି ଗଞ୍ଜାମ ଜିଲ୍ଲାରୁ ଏକକାଳୀନ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଗଞ୍ଜାମ ଜିଲ୍ଲାରେ ମୋଟ ସଂକ୍ରମିତ ସଂଖ୍ୟା ୨୧ କୁ ବୃଦ୍ଧି ପାଇଛି ।
ଆଜିର ପଜିଟିଭ ସହିତ ରାଜ୍ୟରେ ୨୦୦ ଅତିକ୍ରମ କରିଛି କରୋନା ପଜିଟିଭ ଏବେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୫ କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୪୨ ଟି କେସ ଆକ୍ଟିଭ ରହିଥିବା ବେଳେ ୬୧ ଜଣ ବିଭିନ୍ନ ପର୍ଯ୍ୟାୟରେ ସୁସ୍ଥ ହୋଇ ସାରିଛନ୍ତି । ମୃତ୍ୟୁ ସଂଖ୍ୟା ୨ ରହିଛି ।