ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପ୍ରଥମେ ବିଦେଶ ଫେରନ୍ତା, ତପାରେ , ନିଜାମ ଉଦ୍ଧିନ , ତାପରେ ପଶ୍ଚିମବଙ୍ଗ ପରେ ଏବେ ଓଡିଶା ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ସୁରତ ଫେରନ୍ତା । ଏଇ ନିକଟ କିଛଇଦିନ ହେଲା ଳଗାତାର ଭାବେ ସୁରତ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ।
ସବୁଠାରୁ ବଡ କଥା ହେଉଛି ଆଜି ଚିହ୍ନଟ ହୋଇଥିବା ୨୦ ଜଣ ସୁରତ ଫେରନ୍ତା ବୋଲି ସୂଚନା ମିଳିଛି । ଆଜି ଗଞ୍ଜାମରୁ ୧୭ ଜଣ ଓ ମୟୂରଭଞ୍ଜରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।
First Health Update, 7th May
17 New positives in Ganjam
All male, Age: 27, 27, 20, 38, 23, 29, 50, 30, 29, 21, 43, 43, 39, 46, 18, 24 & One Female, 20 yrs
3 Positive cases in Mayurbhanj
All Male, Age: 21, 36 & 44(Surat returnees. In quarantine)
Total Positive Case: 205
— I & PR Department, Odisha (@IPR_Odisha) May 7, 2020
ସେମାନଙ୍କ ନେଇ ଆଜି ଟ୍ୱିଟ କରି ତଥ୍ୟ ରଖିଛନ୍ତି ସରକାର । ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ୧୬ ଜଣ ପୁରୁଷ ଥିବା ବେଳେ ଜଣେ ଯୁବତୀ ରହିଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୨୭,୨୭,୨୦,୩୮,୨୩,୨୯,୫୦,୩୦,୨୯,୨୧,୪୩,୪୩,୩୯,୪୬,୧୮,୨୪ ଓ ଯୁବତୀଙ୍କ ବୟସ ରହିଛି ୨୦ ବର୍ଷ ।
ସେହିଭଳି ମୟୂରଭଞ୍ଜରୁ ଚିହ୍ନଟ ହୋଇଥିବା ୩ ପଜିଟିଭ ପୁରୁଷ ରହିଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୨୧,୩୬ ଓ ୪୪ ବର୍ଷ ରହିଛି । ଏମାନେ ସମସ୍ତ ୨୦ ଜଣ ସୁରନ୍ତ ଫେରନ୍ତା । ଏମାନେ କ୍ୱାରେଣ୍ଟାଇନରେ ରହିଥିଲେ ।
ସୂଚନାଯୋଗ୍ୟ ରାଜ୍ୟରେ ଏବେ ମୋଟ କରୋନା ପଜିଟିଭ ସଂଖ୍ୟା ୨୦୫ କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୪୨ ଟି କେସ ଆକ୍ଟିଭ ରହିଥିବା ବେଳେ ୬୧ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବଂ ୨ ଜଣଙ୍କର ମୃତ୍ୟୁ ହୋଇଛି ।