ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ କରୋନା ରୋଗୀଙ୍କ ସଂଖ୍ୟା ହୁହୁ ହୋଇ ବଢୁଛି । ଯାହାର ପ୍ରମୁଖ କାରଣ ହେଲା ଏବେ ରାଜ୍ୟକୁ ଅଧିକ ମାତ୍ରାରେ ପ୍ରବାସୀ ଓଡିଆ ଫେରୁଛନ୍ତି । ଅନ୍ରପଟେ ଚିହ୍ନଟ ହେଉଥିବା ଏବେ ସମସ୍ତ ପଜିଟିଭ ପ୍ରବାସୀ ଓଡିଆ ସେଥିମଧ୍ୟରୁ ଅଧିକାଂଶ ସୁରତ ଫେରନ୍ତା ।
ପ୍ରଥମେ ବିଦେଶ ଫେରନ୍ତା ପରେ ନିଜାମଉଦ୍ଧିନ ଫେରନ୍ତା ତାପରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ରାଜ୍ୟରେ କରୋନା ସ୍ଥିତି ବଗୁଡିୁଥିବା ବେଳେ ଏବେ ସୁରତ ଫେରନ୍ତାଙ୍କ ପାଇଁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢି ଚାଲିଛି । ଗ୍ରୀନ ଜୋନରେ ଥିବା ଅନେକ ଜିଲ୍ଲାରେ ଏବେ କରୋନା କାୟା ମେଲାଉଛି ।
ତେବେ ଏହି ଭିତରେ ଏବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କରିଥିବା ଏକ ଆଶଙ୍କା ଏବେ ଅଧିକ ଚିନ୍ତାରେ ପକାଇଛି । ସେ କହିଛନ୍ତି ଓଡିଶା, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶକୁ ବାହାର ରାଜ୍ୟରୁ ଅଧିକ ମାତ୍ରାରେ ପ୍ରବାସୀ ବାହାର ରାଜ୍ୟରୁ ଆସୁଥିବାରୁ ଆଗାମୀ ଦିନରେ ଏହି ୩ ରାଜ୍ୟ କରୋନାର ନୂଆ ହଟସ୍ପଷ୍ଟ ହୋଇପାରେ ।
ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ର୍ୟମନ୍ତ୍ରୀ ମାନଙ୍କ ସହିତ ଭିଡିଓ କନଫରେନ୍ସି ଜରିଆରେ ସ୍ଥିତି ସମୀକ୍ଷା କରରିଥିଲେ କେନ୍ଦ୍ରମନ୍ତ୍ରୀ । ରାଜ୍ୟରେ କୋଭିଡ ଟେଷ୍ଟ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।