ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ଆଜି ସକାଳୁ ପ୍ରଥମେ ୧୪ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ନୂଆ ତିନିଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ ଏବେ ମୋଟ ପଜିଟିଭ ସଂଖ୍ୟା ୨୮୭ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।
ତେବେ ନୂତନ ଭାବେ ଚିହ୍ନଟ ହୋଇଥିବା ଏହି ୩ ପଜିଟିଭ ମୟୁରଭଞ୍ଜ ଜିଲ୍ଲାରୁ ବୋଲି ସୂଚନା ମିଳିଛି । ଅନ୍ୟପଟେ ସକାଳେ ଚିହ୍ନଟ ହୋଇଥିବା ୧୪ ଜଣଙ୍କ ମଧ୍ୟରେ ୧୨ ଜଣ ଗଞ୍ଜାମ ଜିଲ୍ଲାରୁ ରହିଥିବା ବେଳେ ଭଦ୍ରକରୁ ଜଣେ ଓ ସୁନ୍ଦରଗଡରୁ ଜଣେ ରହିଥିଲେ ।
ସୂଚନାଯୋଗ୍ୟ ଏବେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୨୮୭ ରହିଥିବା ବେଳେ ଏବେ ଆକ୍ଟିଭ କେସ ରହିଛି ୨୨୨ ଟି । ସୁସ୍ଥ ହୋଇଛନ୍ତି ୬୩ ଜଣ । ଏବଂ ୨ ଜଣଙ୍କର ମୃତ୍ୟୁ ହୋଇଛି ।